Odisha News

ଓଡିଶା ଗସ୍ତରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଡିଜ଼ି ଉଷା ଶର୍ମା

USHA SHARMAଭୁବନେଶ୍ୱର : ଓଡ଼ିଶାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ଏଏସଆଇ ଟିମ । ଏଏସଆଇ ଡିଜି ଉଷା ଶର୍ମାଙ୍କ ଏହି ଟିମର ନେତୃତ୍ୱ ନେଉଛନ୍ତି । ଏହି ଟିମ ଫନିରେ କ୍ଷତିଗ୍ରସ୍ତ ଶ୍ରୀମନ୍ଦିର ଯାଇ କ୍ଷୟକ୍ଷତିର ଆକଳନ କରିବେ ।

ସେହିପରି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ପୁରାତନ କୀର୍ତିରା଼ଜ଼ିର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଓ କୋଣାର୍କର କ୍ଷୟକ୍ଷତି ଆକଳନ କରିବାକୁ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ପଠାଇବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଏହା ପରେ ଏହି ଟିମ ପୁରୀରେ ପହଞ୍ଚିଛି ।

Leave A Reply

Your email address will not be published.