Odisha News

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ

ବ୍ରହ୍ମପୁର : ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଗଞ୍ଜାମ ଖଲ୍ଲିକୋଟ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ । ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ବସନ୍ତ କୁମାର ପଟ୍ଟନାୟକ । ଆଜି  ନିଜ କାର୍ଯ୍ୟାଳୟର କର୍ମଚାରୀ ବିବେକାନନ୍ଦ ନାୟକଙ୍କ ଠାରୁ ଦୁଇ ଜଣ କର୍ମଚାରୀଙ୍କ ବଦଳି ସହମତିରେ କରିବା ଲାଗି ଲାଗି ୧୫ ହଜାର ଟଙ୍କା ମାଗିଥିଲେ । ଏନେଇ ବିବେକାନନ୍ଦ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ମାଗିଥିବା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଥିଲେ  । ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ଚଢାଉ କରିଥିଲା  । ବସନ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି  ।

Leave A Reply

Your email address will not be published.