Odisha News

ATMକୁ ଟଙ୍କା ନେଇ ଯାଉଥିବା ଭ୍ୟାନ୍‌ ଉପରକୁ ବୋମାମାଡ଼, ଲକ୍ଷାଧିକ ଟଙ୍କା ଲୁଟ

ଟଙ୍କା ଭର୍ତ୍ତି ଭ୍ୟାନ୍‌ ଉପରକୁ ବୋମାମାଡ଼ କରି ଲୁଟ୍‌ । ବେଗୁନିଆ ଗୋବିନ୍ଦପୁର ଛକରେ ATMକୁ ଟଙ୍କା ନେଇ ଯାଉଥିବା ଭ୍ୟାନ୍‌ ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ବୋମାମାଡ଼ରେ ଭ୍ୟାନ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେଅପରାହ୍ନ ୪ଟାରେ ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟ ରାସ୍ତାର ଗୋବିନ୍ଦପୁର ଛକରେ ଦୁଇଟି ବାଇକରେ ୪ ଦୁର୍ବୃତ୍ତ ଆସି ଭ୍ୟାନ୍‌ ଉପରେ ବାମା ମାଡ଼ କରିଥିଲେ । ଏହାପରେ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.