Odisha News
.

ଲ୍ୟାଣ୍ଡଫଲ୍‌ ପୂର୍ବରୁ ପୁରୀ ଓ ଗୋପାଳପୁରରେ ‘ଫନି’ର ପ୍ରଭାବ, ଭୟଙ୍କର ପବନ ଓ ବର୍ଷା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଗତ କାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ଏହାର ଲ୍ୟାଣ୍ଡଫଲ୍‌କୁ ନେଇ ସଠିକ୍‌ ସମୟ ଏବଂ ନିର୍ଦ୍ଦିଷ୍ଟ ସ୍ଥାନ କହିବା ମୁସ୍କିଲ ହୋଇପଡ଼ିଛି । ତଥାପି ଭୋର ସମୟରୁ ବିଶେଷ କରି ଗୋପାଳପୁର ଏବଂ ପୁରୀରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଏହି ଜାଗାରେ ସମୁଦ୍ର ଅଶାନ୍ତ ରହିବା ସହ ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହୁଛି । ବର୍ଷା ହେଉଛି ଜାରି ରହିଥିବା ବେଳେ ସମୁଦ୍ର ଜୁଆର ମଧ୍ୟ ଭୟଙ୍କର ରୂପ ଧାରଣ କରିଛି । ରାଜଧାନୀ ଭୁବନେଶ୍ୱର ସମେତ କିଛି ଜାଗାରେ ଗଛ ଉପୁଡ଼ି ପଡ଼ିଛି । ସହିତ ବିଜୁଳି ବ୍ୟବସ୍ଥା ଠପ୍‌ ହୋଇ ଯାଇଛି ।
ତେବେ ଗଣମାଧ୍ୟମଗୁଡ଼ିକ ପ୍ରତି ମୁହୂର୍ତ୍ତରେ ଜନସାଧାରଣଙ୍କୁ ବାତ୍ୟା ସମ୍ପର୍କିତ ତାଜା ଖବର ଦେବା ସହିତ ସେମାନଙ୍କୁ ସତର୍କ କରାଉଛନ୍ତି । ପ୍ରଶାସନ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସମସ୍ତ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନିଆଯିବା ସହିତ ଭୟ ନକରିବା ଲାଗି ଲୋକଙ୍କୁ ସଚେତନ କରାଯାଉଛି ।

WIND-1ଯଦି ପାଣିପାଗ ବିଭାଗର ଆକଳନ ଠିକ୍‌ ହୁଏ ତେବେ ଆଉ କିଛି ସମୟ ଭିତରେ ପୁରୀ ଉପକୂଳରେ ଫନି ଲ୍ୟାଣ୍ଡଫଲ୍‌ କରିବ । ଶେଷ ଖବର ଅନୁଯାୟୀ ଫନି ଏବେ ପୁରୀ ଠାରୁ ୬୦ କିଲୋମିଟର ଦୂରରେ ରହିଛି । ୧୭ରୁ ୨୦ କିଲୋମିଟର ବେଗରେ ଏହା ଏବେ ସ୍ଥଳଭାଗ ମୁହାଁ ହୋଇଛି । ତେଣୁ ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିବ ବୋଲି ଅନୁମାନ କରାଯାଉଛି । ଲ୍ୟାଣ୍ଡଫଲ୍‌ କଲା ପରେ ବାତ୍ୟାର ବେଗ ୧୪୦ରୁ ୧୫୦ କିଲୋମିଟର ରହିବ । ତେଣୁ ଲୋକମାନଙ୍କୁ ଘରୁ ବାହାରିବା ଲାଗି ମନା କରାଯାଇଛି ।

Leave A Reply

Your email address will not be published.