Odisha News
.

ଜାଣନ୍ତୁ ପିତାଙ୍କ ସମ୍ପତ୍ତିରେ ଝିଅ କେବେ କରିପାରିବ ଦାବି, କଣ ରହିଛି ହିନ୍ଦୁ ଉତ୍ତରାଧିକାରୀ ଆଇନ୍

ଯେତେବେଳେ ଜଣେ ଝିଅ କମ ବୟସରେ ବିବାହ ହୋଇଥାଏ ଓ ତାର ବାପ ଘର ତାକୁ ପ୍ରତାରଣ କରିଥାଏ ଆଉ ସେହି ସମୟରେ ଯଦି ଝିଅ ରୋଜଗାରକ୍ଷମ ହୋଇନଥାଏ ତେବେ ଝିଅର ଜୀବନ ଦୁର୍ବିସହ ହୋଇ ପଡେ । ହିନ୍ଦୁ ସକ୍ସେସନ ଆକ୍ଟ ୧୯୫୬କୁ ୨୦୦୫ ମସିହାରେ ସଂଶୋଧନ କରି ଝିଅ ମାନଙ୍କର ପୈତୃକ ସମ୍ପତ୍ତିରେ ସମାନ ଅଧିକାର ଦିଆଯାଇଥିଲା । ହେଲେ ଯେତେବେଳେ ବାପା ମା ଝିଅକୁ ପଚାରନ୍ତି ନାହିଁ ଓ ଝିଅର ଭାଇ ପୈତୃକ ସମ୍ପତ୍ତିରୁ ଭାଗ ଦିଏ ନାହିଁ ତେବେ ଝିଅ ଆଇନର ଆଶ୍ରୟ ନେଇପାରିବ । ତେବେ କଣ ରହିଛି ଏସମ୍ବନ୍ଧିତ ଆଇନ ଆସନ୍ତୁ ଜାଣିବା ।

ଯଦି ପୈତୃକ ସମ୍ପତ୍ତି ଅଛି

ହିନ୍ଦୁ ଆଇନରେ ସମ୍ପତ୍ତିକୁ ଦୁଇ ଶ୍ରେଣୀରେ ବଣ୍ଟା ଯାଇଛି । ଗୋଟିଓ ହୋଲା ପୈତୃକ ଓ ଅନ୍ୟଟି ହେଲା ସ୍ୱଅର୍ଜିତ । ପୈତୃକ ସମ୍ପତ୍ତିରେ ଚାରି ପିଢି ପୂର୍ବପୁରୁଷଙ୍କ ଏମିତି ସମ୍ପତ୍ତି ଆସିଥାଏ ଯାହା କେବେବି ଭାଗବଣ୍ଟା ହୋଇନଥିବ । ଏହି ସମ୍ପତ୍ତି ଉପରେ ସନ୍ତାନର ଜନ୍ମଗତ ଅଧିକାର ରହିଥାଏ । ୨୦୦୫ ପୂର୍ବରୁ ଏହି ଭଳି ସମ୍ପତ୍ତି ଉପରେ କେବଳ ପୁଅ ମାନଙ୍କ ଅଧିକାର ରହିଥିଲା । ଏହି ଆଇନ ଆସିବା ପରେ ପିତା ତାଙ୍କ ସମ୍ପତ୍ତିର ଭାଗବଣ୍ଟା ମନଇଚ୍ଛା କରିପାରିବେ ନାହିଁ ଓ ଝିଅକୁ ସମ୍ପତ୍ତିର ଭାଗ ଦେବାକୁ ମନା କରିପାରିବେ ନାହିଁ  ବୋଲି  ଉଲ୍ଲେଖ ରହିଲା ।

ପିତାଙ୍କ ସ୍ୱଅର୍ଜିତ ସମ୍ପତ୍ତି

ସ୍ୱଅର୍ଜିତ ସମ୍ପତ୍ତି ମାମଲାରେ ଝିଅଙ୍କ ପକ୍ଷ ଦୁର୍ବଳ ହୋଇଥାଏ । ଯଦି ପିତା ନିଜ ପଇସାରେ ଜମି କିଣିଥାନ୍ତି ଓ ଘର କରିଥାନ୍ତି ତେବେ ସେ ଚାହିଁଲେ ତାଙ୍କ ସ୍ୱଅର୍ଜିତ ସମ୍ପତ୍ତି ତାଙ୍କ ମନଇଚ୍ଛା ଯାହାକୁ ଦେଇ ପାରିବେ ଅର୍ଥାତ ପିତା ଯଦି ତାଙ୍କ ସମ୍ପତ୍ତିରୁ ଝିଅକୁ ବେଦଖଲ କରିବାକୁ ଚାହୁଁଥାନ୍ତି ତେବେ ଝିଅ ଏହି କ୍ଷେତ୍ରରେ କିଛି କରିପାରିବ ନାହିଁ ।

ଯଦି ଉଚ୍ଛାପତ୍ର ପୁର୍ବରୁ ପିତାଙ୍କ ହେଇଯାଏ ମୃତ୍ୟୁ

ଯଦି ଇଚ୍ଛାପତ୍ର ଲେଖିବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଯାଏ ତେବେ ଅଇନତଃ ସବୁ ଉତ୍ତରାଧିକାରୀଙ୍କୁ ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିବ । ହିନ୍ଦୁ ଉତ୍ତରାଧିକାର କାନୁନରେ ପୁରୁଷ ଉତ୍ତରାଧିକାରୀଙ୍କୁ ଚାରଟି ଶ୍ରେଣୀରେ ବର୍ଗୀକରଣ କରାଯାଇଛି । ପିତାଙ୍କ ସମ୍ପତ୍ତିରେ ପ୍ରଥମ ଅଧିକାର ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀଙ୍କ ରହିଥାଏ । ଏଥିରେ ବିଧବା,ଝିଅ,ପୁଅ ସହିତ ଅନ୍ୟ ଲୋକମାନେ ସାମିଲ ଥାଆନ୍ତି । ଗୋଟେି ଗୋଟି ଉତ୍ତରାଧିକାରୀଙ୍କର ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି । ଏହାର ଅର୍ଥ ଝିଅ ମାନଙ୍କର ମଧ୍ୟ ତାଙ୍କ ପିତାଙ୍କ ସମ୍ପତ୍ତି ଉପର ସମାନ ଅଧିକାର ରହିଛି ।

ଯଦି ଝଅ ବିବାହିତ ହୋଇଥାଏ

୨୦୦୫ ପୁର୍ବରୁ ହିନ୍ଦୁ ଉତ୍ତରାଧିକାର କାନୁନରେ ଝିଅମାନଙ୍କୁ କେବଳ ହିନ୍ଦୁ ଅବିଭାଜନ ପରିବାର ସଦଶ୍ୟ ଭାବରେ ବିବେଚନା କରାଯାଇଥିଲା, ସସାନ ଉତ୍ତରାଧିକାରୀ ଭାବେ ନୁହେଁ । ଉତ୍ତରାଧିକାରୀ ସେହୀମାନେ ହୋଇଥାନ୍ତି ଯାହାର ନିଜ ପୁର୍ବରୁ ୪ ପିଢିର ଅବିଭାଜିତ ସମ୍ପତ୍ତି ଉପରେ ହକ୍‌ ରହୁଥିଲା । ଝିଅର ବିବାହ ହେଇଯିବା ପରେ ତାକୁ ହିନ୍ଦୁ ଅବିଭାଜିତ ପରିବାରର ଅଂଶ ଭାବେ ମଧ୍ୟ ପରିଗଣିତ କରାଯାଉନଥିଲା । ୨୦୦୫ରେ ଆଇନର ସଂଶୋଧନ ପରେ ଝିଅ ମାନଙ୍କୁ ସମାନ ଉତ୍ତରାଧିକାରୀ ଭବେ ମାନ୍ୟତା ମିଳିଲା ଓ ବିବାହ ପରେ ପିତାଙ୍କ ସମ୍ପତ୍ତି ଉପରେ ଅଧିକାରର କୌଣସି ପରିବର୍ତ୍ତନ କରାଯାଇନଥିଲା । ଅର୍ଥାତ ବିବାହ ପରେ ବି ଝିଅର ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି ।

ଯଦି ୨୦୦୫ ପୁର୍ବରୁ ଝିଅ ଜନ୍ମ ହୋଇଥାଏ କିନ୍ତୁ ପିତାଙ୍କ ମୃତ୍ୟୁ ହୋଇଯାଇଥାଏ

୯ ସେପ୍ଟେମ୍ବର୨୦୧୫ରେ ହିନ୍ଦୁ ଉତ୍ତରାଧିକାର କନୁନର ସଂଶୋଧିତ ନୁଆ ଆଇନ ଲାଗୁ କରାଯାଇଥିଲା । ଆଇନ ମୁତାବକ ଝିଅର ଜନ୍ମ ଏହି ତାରିଖର ପୂର୍ବରୁ କିମ୍ବା ପରେ ହୋଇଥିଲେ କିଛି ଅସୁବିଧା ନାହିଁ । ପିତାଙ୍କ ସମ୍ପତ୍ତି ଉପରେ ତାଙ୍କ ଭାଇଙ୍କ ପରି ସମାନ ଅଧିକାର ରହିବ । ହୋଇଥାଉ ପଛେ ସେହି ସମ୍ପତ୍ତି ପୈତୃକ କିମ୍ବା ସ୍ୱଅର୍ଜିତ । ଅନ୍ୟ ପକ୍ଷରେ ଝିଅ ସେତେବେଳେ ପିତାଙ୍କ ସମ୍ପତ୍ତି ଉପରେ ନିଜର ଅଧିକାର ଜାହିର କରି ପାରିବ ଯେତେବେଳେ ପିତା ୯ ସେପ୍ଟେମ୍ବର ୨୦୦୫ରେ ଜୀବିତ ଥିବେ । ଯଦି ପିତାଙ୍କ ମୃତ୍ୟୁ ଏହି ତାରିଖ ପୂର୍ବରୁ ହୋଇଯାଇଥାଏ ତେବେ ଝିଅର ପୈତୃକ ସମ୍ପତ୍ତି ଉପରେ କୌଣସି ଅଧିକାର ରହିନଥାଏ ଓ ପିତାଙ୍କ ସ୍ୱଅର୍ଜିତ ସମ୍ପତ୍ତିର ଭାଗବଣ୍ଟା ତାଙ୍କ ଇଚ୍ଛାର ଅନୁରୂପ ହେବ ।

Leave A Reply

Your email address will not be published.