Odisha News
.

ନିର୍ବାଚନ କମିଶନରେ ଫାଟ : ମଡେଲ କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଂଘନ ସମ୍ପର୍କିତ ବୈଠକରେ ଯୋଗ ଦେବାକୁ ମନା କଲେ ନିର୍ବାଚନ କମିଶନର ଅଶୋକ ଲାଭାସା

ନିର୍ବାଚନ କମିଶନରେ ଫାଟ। ମୋଡେଲ କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଂଘନ ନେଇ ବସୁଥିବା ବୈଠକରେ ଯୋଗ ଦେବାକୁ ମନା କରି ଦେଇଛନ୍ତି ନିର୍ବାଚନ କମିଶନର ଅଶୋକ ଲାଭାସା। ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଏ ନେଇ ପତ୍ର ଲେଖିଛନ୍ତି, ନିର୍ବାଚନ କମିଶନର ଅଶୋକ ଲାଭାସ। ବୈଠକଗୁଡିକରେ ତାଙ୍କର ମତକୁ ଗୁରୁତ୍ୱ ଦିଆଯାଉ ନଥିବା, ରେକର୍ଡ କରା ଯାଉନଥିବା ଅଭିଯୋଗ କରିଛନ୍ତି ଲାଭାସା। ଲାଭାସଙ୍କ ପତ୍ରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କମିଶନରେ ଫାଟ ଥିବା ନେଇ ଚର୍ଚ୍ଚା ହେଉଛି।

ଏହି ବିବାଦ ପରେ ମୁଖ୍ୟ ନିର୍ବାଚନ କମିଶନର ସ୍ପଷ୍ଟୀକରଣ ଦେଇଛନ୍ତି। କହିଛନ୍ତି, କମିଶନରେ ଭିନ୍ନଭିନ୍ନ ମତ ରହିଥାଏ। କିନ୍ତୁ ତାହା ନିର୍ବାଚନ କମିଶନ ଭିତରେ ରହିବା କଥା। ବିଶେଷ କରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ କ୍ଲିନ୍ ଚିଟ୍ ଦେବା ସପକ୍ଷରେ ନଥିଲେ ଅଶୋକ ଲଭାସା। କିନ୍ତୁ ତିନି ଜଣିଆ କମିଶନରେ ବହୁମତ ଭିତ୍ତିରେ ମୋଦି ଓ ଶାହାଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଥିଲା। ଏହାପରେ ମେ ୪ ତାରିଖଠାରୁ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ମାମଲାର ଶୁଣାଣି ବୈଠକରେ ଆଉ ଯୋଗ ଦେଉ ନାହାନ୍ତି ଅଶୋକ ଲାଭାସା।ସେପଟେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଭିତର କଥା ଭିତରେ ରହିବା କଥା।

Leave A Reply

Your email address will not be published.