Odisha News
.

ଭାରତ ଉପରେ ପୁଣି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

ୱାସିଂଟନ:  ଭାରତ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ତାଙ୍କର ରାଗିବାର କାରଣ ହେଉଛି ଆମେରିକୀୟ ବାଇକ୍ ହାର୍ଲେ ଡେଭିଡ୍‌ସନ୍‌ ଉପରେ ଭାରତ ଲଗାଇଥିବା ଉଚ୍ଚ ହାର ଟିକସ । ଯାହାକୁ ସେ ସହଜରେ ଗ୍ରହଣ କରିପାରିନାହାନ୍ତି । ଏଥିପାଇଁ ପୂର୍ବରୁ ବହୁଥର ଏହି ପ୍ରସଙ୍ଗ ନେଇ ସେ ଭାରତକୁ ଟାର୍ଗେଟ କରିଥିବାବେଳେ ଏବେ ପୁଣି ଆଉ ଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଭାରତ ଉପରେ ବର୍ଷିବା ସହିତ ସେ କହିଛନ୍ତି କି, ଆମ ବାଇକ୍ ଉପରେ ଭାରତ ବସାଇଥିବା ୫୦% ଟିକସ ଆଦୌ ଗ୍ରହଣୀୟ ନୁହେଁ । ଯାହାଫଳରେ ଖୁବ୍ ଶିଘ୍ର ଭାରତ ଏହି ଟିକସକୁ ଶୂନ ପ୍ରତିଶତ ପର୍ଯ୍ୟନ୍ତ କମ୍ କରୁ।

Leave A Reply

Your email address will not be published.