ମୁମ୍ବାଇ : ଅନେକ ସମୟ ହେବ ବହୁ ଚର୍ଚ୍ଚିତ ଠଗ୍ସ ଅପ୍ ହିନ୍ଦୁସ୍ତାନ ଫିଲ୍ମରେ ବଲିଉଡ଼ ସେହେନ୍ସା ଅମିତାଭ ବଚ୍ଚନଙ୍କ ଲୁକ୍ ନେଇ ଅନେକ ପ୍ରକାରର ଚର୍ଚ୍ଚା ହେଉଥିଲା। ଏପରିକି ଅମିତାଭଙ୍କ କଥିତ ଲୁକର ବିଭିନ୍ନ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା କିନ୍ତୁ ଏବେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଅମିତାଭ ବଚ୍ଚନ ଏବଂ ୟଶରାଜ ପ୍ରଡକସନର ସୋସିଆଲ ମିଡ଼ିଆ ପେଜରେ ଶେୟାର କରାଯାଇଛି। ଏଥିରେ ବିଗ ବି’ଙ୍କୁ ହିନ୍ଦୁସ୍ତାନର ଖୁଦାବକ୍ସର ଚରିତ୍ରରେ ନଜର ଆସୁଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ରିଲିଜ ହେବାକୁ ଯାଉଛି।
ୟଶରାଜ୍ ପ୍ରଡକସନ୍ ୨୫ ସେକେଣ୍ଡର ଏକ ଭିଡ଼ିଓ ପୋଷ୍ଟ କରିବା ସହ ପିଲ୍ମରେ ଅମିତାଭଙ୍କ ଚରିତ୍ରର ଖୁଲାସା କରିଛି। ଅମିତାଭ ଏଥିରେ ବହୁତ ଭୟାନକ ଦେଖାଯାଉଛନ୍ତି। ଏହି ଲୁକରେ ବିଗ ବି ପାଣିର ଗୋଟିଏ ଜାହଜ ଉପରେ ଠିଆ ହୋଇଥିବା ନଜର ଆସିଛନ୍ତି। ଏହି ଭିଡ଼ିଓର ଆରମ୍ଭରୁ ଗୋଟିଏ ଚିଲ ଉଡ଼ି ଉଡ଼ି ଆସିବା ସହ ପରେ ନଜର ଆସୁଛନ୍ତି ଖୁଦାବକ୍ସ। ଏଥିରେ ସେ ହାତରେ ଖଣ୍ଡା ଧରିଥିବାର ଦେଖାଯାଇଛନ୍ତି।
Wading through storms & battles, the commander of Thugs has arrived. @SrBachchan as #Khudabaksh#ThugsOfHindostan | @aamir_khan | #KatrinaKaif | @fattysanashaikh | #VijayKrishnaAcharya | @TOHTheFilm pic.twitter.com/fxfVln7Ky5
— Yash Raj Films (@yrf) 18 September 2018
ଠଗ୍ସ ଅଫ୍ ହିନ୍ଦୁସ୍ତାନକୁ ହଲିଉଡ଼ ଫିଲ୍ମ ପାଇରେର୍ଡ୍ସ ଅଫ୍ କାରିବିୟନର ଇଣ୍ଡିଆନ ଭର୍ସନ କୁହାଯାଉଛି। ତେବେ ଏହି ପିଲ୍ମର କାହାଣୀ କଣ ରହିବ ସେନେଇ ଆଧିକାରୀକ ଭାବେ କୌଣସି ସୂଚନା ମିଳିନାହିଁ। ଏହି ପିଲ୍ମର କାହାଣୀ ଆକ୍ସନ ଏବଂ ଏଡ଼ଭାଞ୍ଚରିୟସ ପୂର୍ଣ୍ଣ ରହିଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ବିଜୟ କୄଷ୍ଣ ଆଚାର୍ଯ୍ଯ ରହିଥିବା ବେଳେ ଏଥିରେ ଅନ୍ଯାନ ମୁଖ୍ଯ ଚରିତ୍ର ଭାବେ ନଜର ଆସୁଛନ୍ତି ଆମିର ଖାନ, କଟ୍ରିନା କୈଫ୍।