Odisha News

ବେଗୁନିଆ : ଭୂଜାଲିରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କଳାପଥର ଭାପୁର ରାସ୍ତାରେ ପୁଣି ଲୁଟ୍ । ଦିନ ଦ୍ୱିପ୍ରହରରେ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜଣେ କର୍ମଚାରୀ ଭୁବନେଶ୍ୱର ଫେରୁଥିଲେ । ଚାରି ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ୧ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବାଙ୍କୋଇ ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁଇଦିନ ପୂର୍ବରୁ ଏହି ଅଞ୍ଚଳରେ ଏକ ଏଟିଏମ ଗାଡି ଉପରକୁ ବୋମାମାଡ କରି କିଛି ଦୁର୍ବୃତ୍ତ ୧ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ,କୋଦବେରଣୀଠାରେ ଜଣେ ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.