ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପ୍ରସ୍ତୁତି ନେଇ ସଚିବାଳୟରେ ବୈଠକ

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ସଚିବାଳୟରେ ବସିଥିଲା ପ୍ରସ୍ତୁତି ବୈଠକ । ସୁରକ୍ଷା ସହ ଅନ୍ୟ ସବୁ ଦିଗ ଉପରେ ଏଥିରେ ଆଲୋଚନା ହୋଇଛି । ସେପଟେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ଦିନ ତିନିଟି ବିମାନ ଉଡାଣ ଭରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ସଚିବାଳୟରେ ପ୍ରସ୍ତୁତି ବୈଠକ । ପିଏମଓର ନିର୍ଦ୍ଦେଶ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ଦିଗ ଉପରେ ହୋଇଛି ସମୀକ୍ଷା । ଝାରସୁଗୁଡା, ଅନୁଗୁଳ ଏସ୍‌ପି ଓ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନ୍ସିରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ଭୁବନେଶ୍ୱର ବିମାନବନ୍ଦ ପହଞ୍ଚିବା ଠାରୁ ତାଳଚେର ଏବଂ ଝାରସୁଗୁଡା ପଯ୍ୟର୍ନ୍ତ ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତତ ଆଲୋଚନା କରାଯାଇଛି ।

modi

ଏଫସିଆଇ ତାଳଚେର ସାର କାରଖାନା ପୁନଃରୁଦ୍ଧାରର ଶିଳାନ୍ୟାସ ସହ ବକ୍ସି ଜଗବନ୍ଧୁ ପଡିଆରେ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଏହାପରେ ଝାରସୁଗୁଡା ବିମାନବନ୍ଦର ଉଦଘାଟନ କରିବେ । ସେଠାରେ ମଧ୍ୟ ଏକ ସାଧାରଣ ସଭାରେ ଯୋଗ ଦେବାର କାଯ୍ୟର୍କ୍ରମ ରହିଛି । ତେବେ ବିମାନ ବନ୍ଦର ଉଦ୍‌ଘାଟନ ଦିନ ଝାରସୁଗୁଡା ବିମାନ ବନ୍ଦରରୁ ତିନିଟି ବିମାନ ଉଡିିବ । ଭୁବନେଶ୍ୱରରୁ ଝାରସୁଗୁଡା,ଝାରସୁଗୁଡାର ରାୟପୁର ଓ ଝାରସୁଗୁଡାରୁ ରାଞ୍ଚି ଉଡାଣ ଭରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଆସନ୍ତା ୨୨ ତାରିଖ ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପଯ୍ୟାର୍ୟରେ ପହଞ୍ଚିଛି । ସଚିବାଳୟରେ ହୋଇଥିବା ଏହି ବୈଠକରେ ଗୃହ ସଚିବ, ପୋଲିସ ଡିଜିଙ୍କ ସହ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.