Odisha News

ଶିଖର ଧୱନ ବ୍ୟାଟ୍ ଛାଡି ଧରିଛନ୍ତି ବଂଶୀ, ଖାସ୍ ଅନ୍ଦାଜରେ କରୁଛନ୍ତି ବିଶ୍ୱ କପ୍‌ ପାଇଁ ପ୍ରସ୍ତୁତି

ଦେଢ ମାସ ହେଲା ଚାଲିଥିବା ଆଇପିଏଲ୍ ୨୦୧୯ ସରିବା ପରେ ଏବେ ସବୁ କ୍ରିକେଟ ପ୍ରେମୀ ବିଶ୍ୱକପ୍‌କୁ ଅପେକ୍ଷା କରି ରହିଛନ୍ତି । କିଛି ସପ୍ତାହ ପରେ ଆରମ୍ଭ ହେବାକୁ ଥିବା କ୍ରିକେଟର ମହାକୁମ୍ଭ ପାଇଁ ସବୁ ଟିମ୍ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହି ମାମଲାରେ ଟିମ୍ ଇଣ୍ଡିଆ ମଧ୍ୟ କୌଣସିଥିରେ ପଛରେ ନାହିଁ । ଆଇପିଏଲ୍ ସମାପ୍ତି ପରେ ଏବେ ସବୁ ଧ୍ୟାନ ବିଶ୍ୱକପ୍‌ ଉପରେ ରହିଛି । ଇଂଲଣ୍ଡ-େଓ୍ଵଲ୍ସରେ ୩୦ ମଇରୁ ଆରମ୍ଭ ହେବାକୁ ଥିବା ବିଶ୍ବ କପରେ ଟିମ୍ ଇଣ୍ଡିଆ ବିରାଟଙ୍କ କ୍ୟାପଟେନସିପ୍ ରେ ଟ୍ରଫି ନିଜ ନାରେ କରିବା ପାଇଁ ଜୋରଦାର ପ୍ରୟାସ କରୁଛି ।

dhawanଏଥିପାଇଁ ଟିମ୍ ଇଣ୍ଡିଆକୁ ତାର ଖେଳାଳି ଶିଖର ଧୱନ ଏବଂ ରୋହିତ୍ ଶର୍ମାଙ୍କ ଯୋଡିକୁ ନେଇ ବହୁତ ଆଶା ଅଛି । ଏହି ସମୟରେ ଶିଖର ଧୱନ ନିଜର ବିଶ୍ୱକପ୍‌ ପ୍ରସ୍ତୁତିକୁ ନେଇ ବହୁ କିଛି ଖୁଲାସ କରିଛନ୍ତି । ଆଇସିସିର ଏହି ବଡ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଏବଂ ଗବ୍ବର (Gabbar) ନାମରେ ପ୍ରସିଦ୍ଧ ଥିବା ଶିଖର ଧୱନ କହିଛନ୍ତି କି, ଆଜିକାଲି ସେ ଶାସ୍ତ୍ରୀୟ ସଙ୍ଗୀତରେ ରୁଚି ରଖିବା ପାଇଁ ବଂଶୀ ବଜାଇବା ଶିଖୁଛନ୍ତି ।

sikhar dhawanସେ କହିଛନ୍ତି, ମୁଁ ସୁଫି ସଙ୍ଗୀତ ର ପ୍ରଶଂସକ ଅଟେ । ବଡାଲି ବ୍ରଦର୍ସ ମୋର ମନ ପସନ୍ଦର ଅଟନ୍ତି । ଏବେ ମୁଁ ବଂଶୀ ମଧ୍ୟ ଶିଖୁଛି । ଧୱନ କହିଛନ୍ତି କି, ବଂଶୀ ଏବଂ ସଙ୍ଗୀତ ତାଙ୍କୁ ଟେନସନ୍ ମୁକ୍ତ ରଖିବା ପାଇଁ ବହୁ ସାହାର୍ଯ୍ୟ କରୁଛି । ସେ ଏହା ମଧ୍ୟ କହିଛନ୍ତି କି, ମଣିଷକୁ ଲାଇଫରେ କିଛି ସୌଉକ୍ ରଖିବା ଉଚିତ୍ । ଏଠାରେ କହିରଖୁଛୁ ଯେ, ଆଇପିଏଲ୍ ୨୦୧୯ରେ ଶିଖର ଧୱନ ବହୁ ଭଲ ପ୍ରଦର୍ଶନ କରିଥିଲେ । ସେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ବେଳେ ୧୬ଟି ମ୍ୟାଚରେ ୫୨୧ ରନ୍ କରିଥିଲେ । ଏହି ସମୟରେ ଧୱନ ନିଜ କ୍ୟାରିୟରରେ ୫ଟି ଅର୍ଦ୍ଧଶତକ ମଧ୍ୟ ଯୋଡିଛନ୍ତି ।

Leave A Reply

Your email address will not be published.