Odisha News
.

ଜଣାପଡିଲା କେତେ ରହିଛି ବିରାଟଙ୍କ ଆୟ , ଫୋର୍ବର ଧନୀ ଖେଳାଳି ଲିଷ୍ଟରେ ଏକମାତ୍ର କ୍ରିକେଟର ଭାବେ ହେଲେ ସାମିଲ

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ନିଜର ଜବରଦସ୍ତ ପ୍ରଦର୍ଶନ ପାଇଁ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ରୁଷ୍ଟି କରିପାରିଛନ୍ତି। କିନ୍ତୁ ଏବେ ସେ ସେହି ଖେଳାଳି ମାନଙ୍କର ତାଲିକାରେ ସାମିଲ ଅଛନ୍ତି, ଯେଉଁମାନେ ବିଶ୍ୱରେ ସର୍ବାଧିକ ଟଙ୍କା କମାଉଥିବା ଖେଳାଳି ଅଟନ୍ତି। ବିଶ୍ୱର ମହାନ ବ୍ୟାଟ୍ସମ୍ୟାନଙ୍କ ନାମ ଦୁନିଆରେ ସବୁଠାରୁ ଅଧିକ କମାଉଥିବା ଆଥଲେଟଙ୍କ ସୂଚିରେ ସାମିଲ କରାଯାଇଛି।

ଭାରତୀୟ ଅଧିନାୟକ ବିରାଟ କୋହଲୀ ଲଗାତର ତିନି ବର୍ଷ ବେଷ୍ଟ ୧୦୦ ଖେଳାଳିଙ୍କ ସୂଚିରେ ଏକମାତ୍ର କ୍ରିକେଟର ଏବଂ ଭାରତୀୟ ଖେଳାଳି ଅଟନ୍ତି। ଅବଶ୍ୟ ଏଥର ତାଙ୍କୁ ୧୬ତମ ସ୍ଥାନରେ ଅଛନ୍ତି ଏବଂ ସେ ହ୍ରାସ କରି ୧୦୦ ନମ୍ବରରେ ପହଁଚିଯାଇଛନ୍ତି।

ଗତ ବର୍ଷ ସେ ୮୩ତମ ସ୍ଥାନରେ ଥିଲେ। ଏଥର ତାଙ୍କର ମୋଟ୍‌ ରୋଜଗାର ୨୫ ମିଲିୟନ ( ପ୍ରାୟ ୧.୭୩ ଆରବ ଟଙ୍କା)ଅଟେ। ଏଥି ମଧ୍ୟରୁ ତାଙ୍କୁ ଦରମାରୁ ୨୭.୭୫ କୋଟି ଏବଂ ବିଜ୍ଞାପନ ଦ୍ୱାରା ୧.୪୫ ଆରବ ରୋଜଗାର ହୋଇଥାଏ। ସେ ୨୧୦୭ରେ ୮୯ତମ ନମ୍ବରରେ ଥିଲେ।

kohliବିରାଟ କୋହଲୀଙ୍କ ଗତ ବର୍ଷ ରୋଜଗାର ୧୦୦.୭୨ କୋଟି ଟଙ୍କା ଥିଲା। ସେହିଭଳି ଜୁନ୍‌ ୨୦୧୮ରୁ ଜୁନ୍‌ ୨୦୧୯ ପଯ୍ୟର୍ନ୍ତ ତାଙ୍କ ରୋଜଗାର ୭ କୋଟି (୧୦ ଲକ୍ଷ ଡଲାର) ବଢ଼ି ୧୭୩.୫ କୋଟି ଟଙ୍କା (୨.୫ କୋଟି ଡଲାର) ପହଁଚିଗଲା। ଏହାଛଡା ସେ ଗତ ଥର ୮୩ତମ ସ୍ଥାନରେ ପହଁଚିଥିଲେ। ବିରାଟଙ୍କର ଅଧିକାଂଶ ରୋଜଗାର ବିଜ୍ଞାପନରୁ ହିଁ ହୋଇଛି।

ଭାରତରେ କ୍ରିକେଟ ଖେଳାଳିଙ୍କର ରୋଜଗାର ବିଷୟରେ କହିବାକୁ ଗଲେ, ଏମଏସ ଧୋନି ଦ୍ୱିତୀୟ ଏବଂ ସଚିନ ତେନ୍ଦୁଲକର ତ୍ରୁତୀୟ ସ୍ଥାନରେ ଅଛନ୍ତି। ଅବଶ୍ୟ ତେନ୍ଦୁଲକରଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବାରେ ପାଞ୍ଚ ବର୍ଷରୁ ଅଧିକ ହୋଇଗଲାଣି। କିନ୍ତୁ ସେ ଏବେବି ରୋଜଗାର ମାମଲାରେ ଟପ୍‌ ୩ରେ ସାମିଲ ଅଛନ୍ତି।

Leave A Reply

Your email address will not be published.