ବଲିଉଡ ନାୟିକା ଊର୍ମିଳା ମାତୋଣ୍ଡକର ପାଇଲେ ଟିକେଟ, ଜାଣନ୍ତୁ କେଉଁ ଆସନରୁ ଲଢିବେ ?

ମୁମ୍ବାଇ: କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ ନାୟିକା ଊର୍ମିଳା ମାତୋଣ୍ଡକରଙ୍କୁ କଂଗ୍ରେସ ଟିକେଟ ଦେଇଛି । ଉତ୍ତର ମୁମ୍ବାଇର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢ଼ିବେ । କଂଗ୍ରେସର ସାଧାରଣ ସମ୍ପାଦକ ମୁକୁଲ ୱାସନିକ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି । ଗୁରବାର ଦିନ କଂଗ୍ରେସରେ ଯୋଗଦେବା ବେଳେ ଊର୍ମିଳା କହିଥିଲେ ଯଦି କଂଗ୍ରେସ ମୋତେ ନିର୍ବାଚନ ଲଢିବାକୁ ସୁଯୋଗ ଦିଏ ତେବେ ମୁଁ ଲଢିବି ଓ ଲୋକଙ୍କ ସେବା କରିବି । ଆଉ ଏହାର ଗୋଟିଏ ଦିନ ପରେ ଅର୍ଥା ଆଜି ଶୁକ୍ରବାର ଦିନ କଂଗ୍ରେସ ଊର୍ମିଳାଙ୍କୁ ଟିକେଟ ଦେଇଛି । ଟିକେଟ ମିଳିବା ପରେ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି ଏହି ବଲିଉଡ ନାୟିକା । ସେ କହିଛନ୍ତି ବିଜେପି ଘୃଣା ରାଜନୀତିକୁ ବଢ଼ାଉ ଛି ଓ ରାଷ୍ଟ୍ର ବିରୋଧୀ ଆଚରଣ କରୁଛି । ତେଣୁ ଆଗାମୀ ନିର୍ବାଚନରେ ଲୋକ ଏହାର ଉପଯୁକ୍ତ ଜବାବ ଦେବେ ।

URMILA-2

Leave A Reply

Your email address will not be published.