ବରଗଡ଼ରେ ବିଜେପିକୁ ଝଟକା, ଏକାଥରକେ ପାର୍ଟି ଛାଡିଲେ ୯ ଜିଲ୍ଲା ପରିଷଦ ସଦସ୍ୟ

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ବିଜେପିକୁ ଝଟକା। ସୁବାସ ଚୌହାନ ବିଜେପି ଛାଡ଼ିବା ପରେ ଗୁରୁବାର ବିଳମ୍ବିତ ସଂଧ୍ୟାରେ ୯ଜଣ ଜିଲ୍ଲା ପରିଷଦ ସଦସ୍ୟ ବି ଛାଡ଼ିଛନ୍ତି ଦଳ। ବିଜେପି ସଭାପତିଙ୍କ ନିକଟକୁ ସେମାନେ ପଠାଇଛନ୍ତି ଇସ୍ତଫା ପତ୍ର। ପରେ ସେମାନନେ ବିଜେଡିରେ ସାମିଲ ହୋଇଛନ୍ତି। ବରଗଡ଼ରେ ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନ ସଫଳତା ଆଧାରରେ ବିଜେପୁରରେ ସଫଳତା ପାଇବା ବୋଲି ଆଶା ରଖିଥିଲା ଦଳ।
ଜିଲ୍ଲା ପରିଷଦରେ ୩୪ଟି ଆସନରୁ ୨୫ଟି ଆସନ ଅକ୍ତିଆର କରିଥିଲା। ବିଜେଡି ହାତକୁ ଯାଇଥିଲା ମାତ୍ର ୯ଟି ଆସନ। ଏବେ ୯ଜଣ ସଦସ୍ୟ ବିଜେଡିରେ ସାମିଲ ହେବା ପରେ ବିଜେଡିର ସଦସ୍ୟ ସଂଖ୍ୟା ୧୮ ହୋଇଛି। ବିଜେପି ୧୬କୁ ଖସିଆସିଛି। ସଂଖ୍ୟାଗରିଷ୍ଠତା ଏବେ ବିଜେଡି ହାତକୁ ଚାଲିଯାଇଥିବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି। ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହି ଅବଧି ପାର ହେବା ପରେ ଅନାସ୍ଥା ପ୍ରସ୍ତାବ ଆସିବ ବୋଲି କୁହାଯାଇଛି।