କେନ୍ଦୁଝରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ , ମେଡିକାଲ କଲେଜ ଜନସଭାରେ ଦେଲେ ଉଦବୋଧନ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉଦବୋଧନ। ମେଡିକାଲ କଲେଜ ଜନସଭାରେ ଉଦବୋଧନ ଦେଇ ଦଳ କ୍ଷମତାକୁ ଆସିଲେ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି ଅମିତ। ଏହାସହ DMF ପାଣ୍ଠିର ଠିକ ଉପଯୋଗ ହୋଇନଥିବା ଅଭିଯୋଗ କରିଛନ୍ତି। ମୋଦି ସରକାର ୧୬ଶହ କୋଟି ଟଙ୍କା ମୋଦି ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏହାର ସଠିକ୍ ଉପଯୋଗ କରିନାହାନ୍ତି। ବିଜେପି ସରକାର ଗଢିଲେ ଭଲ ମେଡିକାଲ କଲେଜ କରାଯିବ ବୋଲି ମଧ୍ୟ କହିଛନ୍ତି ଶାହା। ଏହାସହ ଚିଟ୍ଫଣ୍ଡ ଓ ଖଣି ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।