କେନ୍ଦ୍ରାପଡ଼ାରେ ଅନୁଭବଙ୍କ ଜୋରଦାର କ୍ୟାମ୍ପେନିଂ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବିଜେଡିର ଜୋରଦାର ପ୍ରଚାର । ରାଜନଗରରେ ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି କ୍ୟାମ୍ପେନିଂ କରିଛନ୍ତି । ରୋଡ ସୋ କରି ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ରାଜନଗର କୁନ୍ଦପୁରଠାରୁ ଶୋଭାଯାତ୍ରାରେ ବାହାରି ଦେବୀମଣ୍ଡପ ଯାଏ ସେ ଯାଇଥିଲେ । ଅନୁଭବ କହିଛନ୍ତି, କେନ୍ଦ୍ରପଡ଼ା ମାଟି ହେଉଛି ବିଜୁ ବାବୁଙ୍କର । ଏହା ବିଜେଡିର ଗଡ଼ । ନିର୍ବାଚନରେ ତାଙ୍କୁ ଭୋଟ ଦେଇ ଜିତାଇବାକୁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ନେତା, କର୍ମୀ ସାମିଲ ହୋଇଥିଲେ ।