୨୦୧୪- ୧୯ ସତ୍ୟପାଠରେ ରହୁନି ତାଳମେଳ ! ବିଜେଡିର ଅଭିଯୋଗ, କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବୈଜୟନ୍ତ

କେନ୍ଦ୍ରପଡ଼ା : ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି, ମିଛ କହିଛନ୍ତି। ଏହି ଅଭିଯୋଗ ଆଣିଛି ବିଜେଡି। ୨୦୧୯ ନିର୍ବାଚରେ କେନ୍ଦ୍ରପଡ଼ାର ପ୍ରାର୍ଥୀ ବୈଜୟନ୍ତ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ଉଲ୍ଲେଖ ଅଛି, ସେ ଇମ୍ଫା କଂପାନୀର ଭାଇସ ଚେୟାରମ୍ୟାନ। ବାର୍ଷିକ ୨କୋଟିରୁ ଅଧିକ ଟଙ୍କା ପାଉଛନ୍ତି । କିନ୍ତୁ ଏହି ତଥ୍ୟ ୨୦୧୪ ସତ୍ୟପାଠରେ ନଥିଲା । ବୈଜୟନ୍ତ ଜାଣିଶୁଣି ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛି ବିଜେଡି । ବିଜେଡି ଇମ୍ଫାର ଦସ୍ତାବିଜ୍ ଦେଖାଇ କହିଛି, ୨୧୦୪ ସମୟରେ ବୈଜୟନ୍ତ ଇମ୍ଫାର ଭାଇସ ଚେୟାରମ୍ୟାନ ଥିଲେ। ବାର୍ଷିକ ୧କୋଟିରୁ ଅଧିକ ଲାଭ ନେଉଥିଲେ। କିନ୍ତୁ ସେହି ତଥ୍ୟକୁ ଲୁଚାଇଥିଲେ ବୈଜୟନ୍ତ। ଏହାକୁ ନେଇ ୨୦୧୯ରେ କେନ୍ଦ୍ରପଡ଼ାବାସୀ ଏକ ଫୌଜଦାରୀ ମାମଲା ରୁଜୁ କରିଥିଲେ। ବାଧ୍ୟ ହୋଇ ବୈଜୟନ୍ତ ଏବେ ଅସଲ ତଥ୍ୟ ଲେଖିଛନ୍ତି। କିନ୍ତୁ ତାଙ୍କ ମିଛ ପାଇଁ କେନ୍ଦ୍ରପଡ଼ା ବାସୀ ଉଚିତ ଜବାବ ଦେବ ବୋଲି ବିଜେଡି କହିଛି।
ବୈଜୟନ୍ତ ଜଣେ ଦୋହରା ବ୍ୟକ୍ତିତ୍ୱ । ଏଥର ନିର୍ବାଚନରେ କେନ୍ଦ୍ରାପଡ଼ାବାସୀ ତାଙ୍କୁ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି ।
ବୈଜୟନ୍ତ ବୃତ୍ତିଗତ ତଥ୍ୟ ଲୁଚାଇଥିବା ପ୍ରସଙ୍ଗକୁ ନେଇ ଏବେ ବିଜେଡି ଆକ୍ରମଣ ତୀବ୍ର କରିଛି। ତେବେ ଏ ପ୍ରସଙ୍ଗରେ ବୈଜୟନ୍ତଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।