ମୟୂରଭଞ୍ଜ ବିଜେପିରେ ତୀବ୍ର ଅସନ୍ତୋଷ , ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଭାରତୀ ହାଁସଦାଙ୍କ ଇସ୍ତଫା

ମୟୂରଭଞ୍ଜ(କେନ୍ୟୁଜ୍) : ଟିକେଟ ବଣ୍ଟାକୁ ନେଇ ମୟୂରଭଞ୍ଜ ବିଜେପିରେ ତୀବ୍ର ଅସନ୍ତୋଷ। ଦଳ ଭିତରେ ବିଦ୍ରୋହ ବଢିବାରେ ଲାଗିଛି। ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ତଥା ମୟୂରଭଂଜ ଏସ୍‌ଟି ମୋର୍ଚ୍ଚା ଉପସଭାପତି ଭାରତୀ ହାଁସଦା ଦଳର ସବୁ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ବିଜେପି ଦଳ ତାର ନୀତି ଓ ଆଦର୍ଶରୁ ଓହରି ଯିବା ସହ ନାରୀ ଓ ଆଦିବାସୀଙ୍କୁ ସମ୍ମାନଦେବା ଭୁଲିଯାଇଥିବା କହିଛନ୍ତି ଭାରତୀ। ଯେଉଁଠି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଛନ୍ତି ସେଠାରେ ବିଜେପି ମହିଳାଙ୍କୁ ସମ୍ମାନ ନାଁରେ କେବଳ ଡିଣ୍ଡିମ ପିଟୁଛି, କିନ୍ତୁ ବାସ୍ତବରେ ସମ୍ମାନ ଦେଉ ନାହିଁ।