ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର : କହିଲେ, ପୁରୁଣା କଥାକୁ ଭୁଲି କାମ କରିବି

ଭୁବନେଶ୍ବର (କେନ୍ୟୁଜ୍) : ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପି ରାଜ୍ୟ କାର‌୍ୟ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ବୈଜୟନ୍ତ ପଣ୍ଡା ବିଜୟଙ୍କ ଘରେ ପହଞ୍ଚି ଆଲୋଚନା କରିଥିଲେ । ଏହା ପରେ ବିଜୟ ମହାପାତ୍ର କହିଛନ୍ତି, ସେ ଦଳକୁ ଫେରିଛନ୍ତି । ପୁରୁଣା କଥାକୁ ଭୁଲି ଦଳରେ କାମ କରିବେ । ତାଙ୍କ ସହ ଅମିତ ଶାହ ଓ ଅରୁଣ ସିଂହ କଥା ହୋଇଥିବା କହିଛନ୍ତି ବୈଜୟନ୍ତ ପଣ୍ଡା । କିଛି ଦିନ ପୂର୍ବରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଏବଂ ବିଜେପି ନେତା ବୈଜୟନ୍ତ ପଣ୍ଡା ଭେଟିଥିଲେ । ଉଭୟ କେଭି ଏବଂ ବୈଜୟନ୍ତ ବିଜୟ ମହାପାତ୍ରଙ୍କ ବାସଭବନକୁ ଯାଇ ତାଙ୍କ ସହ ଆଲୋଚନା କରି ବିଜୟଙ୍କୁ ବିଜେପିକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଗତବର୍ଷ ନଭେମ୍ବର ୩୦ତାରିଖରେ ବିଜେପି ଛାଡିଥିଲେ ବିଜୟ । ଅସନ୍ତୋଷ ପ୍ରକାଶ କରି ବିଜେପୁରୁ ଇସ୍ତଫା ଦେଇଥିଲେ ବିଜୟ ।