ନିର୍ବାଚନୀ ଉଷ୍ମତା ବଢୁଥିବା ବେଳେ କାଳିଆ ଯୋଜନାକୁ ନେଇ ଛକାପଞ୍ଝା , ବିଜେପି ଚାପରେ ଯୋଜନା ବନ୍ଦ କରାଯାଇଥିବା ବିଜେଡିର ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍) : ନିର୍ବାଚନୀ ଉଷ୍ମତା ବଢୁଥିବା ବେଳେ କାଳିଆ ଯୋଜନାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । ଆଉ ୧୩ ଲକ୍ଷ ହିତାଧିକାରୀଙ୍କୁ ମିଳିବନି ସହାୟତା । ବିଜେପି ଚାପରେ ରାଜ୍ୟର କୃଷକଙ୍କ ପାଇଁ ଲାଗୁ ହୋଇଥିବା କାଳିଆ ଯୋଜନାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଦେଇଥିବା ବିଜେଡି ଅଭିଯୋଗ କରିଛି । କେଉଁ ପରିସ୍ଥିତରେ କାଳିଆ ଅଟକିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ନିଷ୍ପତ୍ତି ବିରୋଧରେ ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବିଜେଡି ।
ଗିରିଧାରୀ ମହାନ୍ତି, ଅମର ପଟ୍ଟନାୟକ, ସୁଲୋଚନା ଦାସ ଇସିଙ୍କୁ ଭେଟିବେ । କିଛି ଚାଷୀ ମଧ୍ୟ ଏଥିରେ ସାମିଲ ହେବେ । ବିଜେଡିର ଯୁକ୍ତି, ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ବହୁ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ଜଳାଜଞ୍ଜି ଦେଇ ବିଜେପି ଏଭଳି ହୀନ ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।