ବିଜେପିର ଇସ୍ତାହାରକୁ ନେଇ ବିଜେଡିର ପ୍ରତିକ୍ରିୟା; ଅଭ୍ୟାସଗତ ମିଛୁଆ ବିଜେପି ଇସ୍ତାହାରରେ ଆହୁରି ମିଛ କହିଛି : ସସ୍ମିତ ପାତ୍ର

ଭୁବନେଶ୍ବର(କେନ୍ୟୁଜ୍): ବିଜେପିର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେପି ମିଥ୍ୟା ପ୍ରଚାର କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ଏଥିସହ ବିଜେପିକୁ ୧୫ଟି ପ୍ରଶ୍ନ କରିଛି ବିଜେଡି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବ୍ରାହ୍ମଣୀ ସେତୁ, ରାଉରକେଲାରେ ସୁପର ସ୍ପେସାଲିଟି ହସପିଟାଲ, କୋଷ୍ଟାଲ ହାଇୱେ, କୋଇଲା ରୟାଲଟି ଡିଭିଜନ ଭଳି ପ୍ରସଙ୍ଗ ଉଠାଇ ପ୍ରଶ୍ନ କରିଛନ୍ତି ସସ୍ମିତ। ଅଭ୍ୟାସଗତ ମିଛୁଆ ବିଜେପି ଇସ୍ତାହାରରେ ଆହୁରି ମିଛ କହିଛି ବୋଲି ସସ୍ମିତ କହିଛନ୍ତି ।