୯ଟି ସଙ୍କଳ୍ପ ପତ୍ର ଜାରି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ୱର (କେନ୍ୟୁଜ୍) : ବିଜେପି ମଧ୍ୟ ସଂକଳ୍ପ ପତ୍ର ଜାରି କରିଛି । ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସଂକଳ୍ପ ପତ୍ର ଜାରି କରିଛନ୍ତି । ନୂଆ ଓଡ଼ିଶା ପାଇଁ ବିଜେପିର ୯ଟି ସଙ୍କଳ୍ପ ରହିଛି । ଗରିବଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଛି ଦଳ । ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ । ଯୁବକ ଯୁବତୀଙ୍କୁ ଉତ୍ତମ ଶିକ୍ଷା ଓ ରୋଜଗାର ଦିଆଯିବ । ସବୁ ଯୁବକ ଯୁବତୀଙ୍କୁ ଉତ୍ତମ ଶିକ୍ଷା ଓ ରୋଜଗାର ପ୍ରଦାନ କରାଯିବ । ମହିଳାଙ୍କ ସୁରକ୍ଷା, ସ୍ୱାଭିମାନ ଓ ସ୍ୱାବଲମ୍ବନ ଉପରେ ଗୁରୁତ୍ୱ ଦେଇଛି ଦଳ ।
ନୂଆ ଓଡ଼ିଶାରେ ଚାଷଙ୍କୁ ସମ୍ମାନ, ସମୃଦ୍ଧି ଓ ଶକ୍ତି ମିଳିବ । ଚାଷୀଙ୍କୁ ଜଳସେଚନ, ଉଚିତ ମୂଲ୍ୟ ତଥା ଋଣରୁ ମୁକ୍ତି କରାଯିବ । ଜମିର ଅଧିକାର, ଜନଜାତିଙ୍କ ସବୁ ଆଶାକୁ ବିଜେପି ସରକାର ସାକାର କରିବ ବୋଲି କହିଛି । ଘର, ପାଣି, ସଡ଼କ, ବିଜୁଳିରେ ନୂଆ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ହେବ । ଭ୍ରଷ୍ଟାଚାର ଏବଂ ଗୁଣ୍ଡାଗର୍ଦ୍ଦିରୁ ଓଡ଼ିଶାକୁ ମୁକ୍ତ କରାଯିବ । ସଂସ୍କୃତି ଓ ପରମ୍ପରାକୁ ସର୍ବୋଚ୍ଚ ସମ୍ମାନ ମିଳିବ ବୋଲି ବିଜେପି ସଂକଳ୍ପ ପତ୍ରରେ ପ୍ରତିଶୃତି ଦେଇଛି।