ପ୍ରିୟଙ୍କାଙ୍କ ବିଷୟରେ ଚୁପ ରହିଲେ,କିନ୍ତୁ କହିଲେ ରାହୁଲ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ : ମେନକା

ଉତ୍ତରପ୍ରଦେଶର ସୁଲତାନାପୁର ଲୋକସଭା ସିଟରୁ ଭାଜପା ପ୍ରାର୍ଥୀ ଏବଂ ଗାନ୍ଧୀ ପରିବାରର ବୋହୁ ମେନକା ଗାନ୍ଧୀ ନିକଟରେ ରାହୁଲ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ରାହୁଲ ତାଙ୍କ ଜୀବନରେ କେବେ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ପଚରାଯିବାରୁ ସେ କିଛି ନକହି ଚୁପ ରହିଥିଲେ।
ନ୍ୟାସନାଲ ମିଡିଆ ସହ ବାର୍ତ୍ତାଳାପ ସମୟରେ ସେ କହିଛନ୍ତି, ତାଙ୍କର ଦାୟିତ୍ବ ରହିଛି ଚେଷ୍ଟା କରିବା। ରାଜନୈତିକ ନା ମାତ୍ର ଦଳରେ ରହିଛନ୍ତି। କିନ୍ତୁ ଆମ ପାର୍ଟିର କାମ ଜିତିବା। ଯାହା ଆମେ କରିବୁ। ରାଜ୍ୟରେ ନିର୍ବାଚନର ସ୍ଥିତି ଧିରେଧିରେ ବଦଳୁଛି। ଯାହା ଆମ ପାର୍ଟି ପାଇଁ ଭଲ ହେବାରେ ଲାଗିଛି। ମୋର ଆଶା ରହିଛି ଏହିଥର ମଧ୍ୟ ଆମ ପାର୍ଟି ବହୁମତରେ ବିଜୟ ହେବ।
ସେ କହିଛନ୍ତି, କଂଗ୍ରେସ ପାଖରେ ଆଉ କୌଣସି ପାର୍ଥୀ ବଞ୍ଚିନାହାନ୍ତି। ଏଣୁ କିଛି ଏନେଇ କିଛି ଫରକ ପଡୁନାହିଁ । ତାଙ୍କ ପାଇଁ କାର୍ୟ୍ୟକର୍ତ୍ତା ଚୟନ କରିବା ଖୁବ କଷ୍ଟକର ହେଉଛି। କଂଗ୍ରେସ ପାଖରେ କୌଣସି ବିଷୟରେ ଆଲୋଚନା କରିବା ଆଉ ବାକି ହିଁ ନାହିଁ।
ଏହାପରେ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବା କଥାରେ ମେନକା କହିଥିଲେ, ମତେ ଲାଗୁନାହିଁ ସେ କେବେ ଜୀବନରେ ପ୍ରଧାନମନ୍ତ୍ରୀ ହୋଇପାରିବେ। ଯଦି କିଛି ଚମତ୍କାର ହୋଇଯିବ ତାହାଲେ ତାହା ସମ୍ଭବପର ରହିଛି। ତେବେ କଂଗ୍ରେସର ୪୪ଟି ସିଟର ଅବସ୍ଥା ରହିନାହିଁ। ଇମେଜର ପ୍ରଶ୍ନ ନାହିଁ କିନ୍ତୁ ଏଠାରେ କଥା ଯୋଗ୍ୟତାର ରହିଛି।