ଟିକେଟ ବଣ୍ଟନ ନେଇ ଭୋଗରାଇ ବିଜେପିରେ ବିଦ୍ରୋହ, ପ୍ରତାପ ଷଡ଼ଙ୍ଗୀଙ୍କୁ ତାଲା ପକାଇଲେ ଦଳୀୟ କର୍ମୀ

ବାଲେଶ୍ୱର : ଟିକେଟ ବଣ୍ଟନ ନେଇ ଭୋଗରାଇ ବିଜେପିରେ ବିଦ୍ରୋହ। ଭୋଗରାଇ ବିଧାନସଭା ଆସନ ପାଇଁ ବିଜେପିର ମାନସ ମହାନ୍ତିଙ୍କ ପ୍ରାର୍ଥିତ୍ୱକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ କର୍ମୀ। ଅସନ୍ତୁଷ୍ଟ ଦଳୀୟ କର୍ମୀମାନେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା କରିବା ସହ ତାଲା ପକାଇ ଦେଇଥିଲେ। ଯଦି ପ୍ରାର୍ଥୀ ପରିବର୍ତ୍ତନ କରାନଯାଏ ତେବେ କର୍ମୀମାନେ ଦଳରୁ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।