ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ , ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର 

କେନ୍ୟୁଜ୍ : ପ୍ରଥମ ପର୍ଯ୍ୟାୟ ପ୍ରଚାର ସରିବାକୁ ୧୨ ଘଣ୍ଟାରୁ କମ୍‌ ସମୟ । ଆଜି ସଂଧ୍ୟାରେ ପ୍ରଚାର ଶେଷ ହେବ । ହାତରେ ଆଉ ଅଳ୍ପ ଘଣ୍ଟା ଥିବାରୁ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଚାଲିଛି ଡୋର୍‌ ଟୁ ଡୋର କ୍ୟାମ୍ପେନ୍‌ । ଏହା ସହ ରୋଡ୍‌ ଶୋର ମଧ୍ୟ ଆୟୋଜନ ହେଉଛି । ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ରହିଛି । ଏସବୁ କ୍ଷେତ୍ରରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ଫୁରସତ ନାହିଁ । ଖରା ତାତିକୁ ଖାତିର ନକରି ଷ୍ଟାର କ୍ୟାମ୍ପେନର, ସମର୍ଥକଙ୍କ ଗହଣରେ କ୍ୟାମ୍ପେନକୁ ଜୋରଦାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ହାତରେ ମାତ୍ର କିଛି ଘଣ୍ଟା ଥିବାରୁ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ । ସଭା, ଶୋଭାଯାତ୍ରା, ରୋଡ୍‌ ସୋ’ ଓ କର୍ମୀ ସମ୍ମିଳନୀରେ କମ୍ପୁଛି ଗାଁ ଗଣ୍ଡା, ସହର ବଜାର ଗଳିକନ୍ଦି ଓ ରାସ୍ତାଘାଟ । ଘର ଘର ବୁଲି ପ୍ରାର୍ଥୀ ଦେଉଛନ୍ତି ପ୍ରତିଶୃତି ।