ନବୀନ ନିବାସରେ ଗହଳିଚହଳି, ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଟିକେଟ୍ କସରତ

ଭୁବନେଶ୍ବର (କେନ୍ୟୁଜ୍) : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବଳକା ଆସନ ଲାଗି ବିଜେଡି ଟିକେଟ କସରତ ଜାରି । ଏବେବି ତିନି ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ବିଜେଡି ଟିକେଟ ଘୋଷଣା କରିନାହିଁ । ଏଥିପାଇଁ ନବୀନ ନିବାସରେ କମୁନି ଭିଡ଼ । ଆଶାୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ଲମ୍ବା ଲାଇନ ଲାଗି ରହିଛି । ଆଶାୟୀ ଓ ସେମାନଙ୍କ ସମର୍ଥକମାନେ ଆସି ନବୀନ ନିବାସରେ ଡେରା ପକାଉଛନ୍ତି । କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ ? କାହାକୁ ମିଳିବ ଟିକେଟ ? କାହାର ଟିକେଟ କଟିବ ଏହା ଉପରେ ବିଚାରବିମର୍ଶ କରୁଛନ୍ତି ଦଳ ସୁପ୍ରିମୋ । ଟିକେଟକୁ ନେଇ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି ।