ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଟିକେଟ ପାଇଁ ନବିନ ନିବାସରେ ଭିଡ

ଭୁବନେଶ୍ବର (କେନ୍ୟୁଜ୍) : ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟର ଆଉ ୧୮ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହା ପରେ ଆଜି ଟିକେଟ୍ ନେବା ପାଇଁ ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ ଜମୁଛି । ନିଜ ନିଜ ଆସନ ପାଇଁ ଟିକେଟ୍ ନେଇ ଯାଉଛନ୍ତି ପ୍ରାର୍ଥୀ । ସୋର ବିଧାୟକ ପ୍ରାର୍ଥୀ ହୋଇଥିବା ପର୍ଶୁରାମ ଧଡ଼ା ନବୀନ ନିବାସ ପହଞ୍ଚିଛନ୍ତି । ଜଟଣୀ ବିଧାନସଭା ପାଇଁ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ମଧ୍ୟ ନବୀନ ନିବାସକୁ ଯାଇଛନ୍ତି।

ସେପଟେ ବାଲେଶ୍ୱର ଜିଲ୍ଲା ବସ୍ତା ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି । ଆଜି ପୂର୍ବତନ ମନ୍ତ୍ରୀ ରଘୁନାଥ ମନ୍ତ୍ରୀ ନବୀନ ନିବାସରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.