ନାମାଙ୍କନ ଦାଖଲ ପାଇଁ ଯାଜପୁରରେ ପ୍ରାର୍ଥୀଙ୍କ ଭିଡ଼

ଯାଜପୁର ଟାଉନ (କେ ନ୍ୟୁଜ୍) : ନାମାଙ୍କନ ଦାଖଲ ପାଇଁ ଆଜି ବେଶ୍ ଭିଡ଼ ଜମିଥିଲା ଯାଜପୁରରେ । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ବଡ଼ଚଣା ବିଧାୟକ ପ୍ରାର୍ଥୀ ଅମର ଶତପଥୀ, ବିଂଝାରପୁର ବିଧାୟିକା ପ୍ରାର୍ଥୀ ପ୍ରମିଳା ମଲ୍ଲିକ, ଯାଜପୁର ବିଜେଡି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଏବଂ ବରୀ ବିଜେଡି ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ । ସେହିପରି ଧର୍ମଶାଳା ବିଜେପି ପ୍ରାର୍ଥୀ ରମେଶ ପରିଡ଼ା, ସୁକିନ୍ଦା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ବିଧାନସଭା ବିଜେପି ପ୍ରାର୍ଥୀ ଗୌତମ ରାୟ, କୋରେଇ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡା ଏବଂ ଯାଜପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସନ୍ତୋଷ ନନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।