କଂଗ୍ରେସ ଟିକେଟ ବଣ୍ଟନକୁ ନେଇ ବିବାଦ, ଗୋଟିଏ ଆସନ ପାଇଁ ଦୁଇ ଜଣ ଦାଖଲ କଲେ ନାମାଙ୍କନ

ଯାଜପୁର : ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ,କିନ୍ତୁ ତୁଟିଲା ନାହିଁ କଂଗ୍ରେସର ଟିକେଟ କଳି । ଯାଜପୁର ଜିଲ୍ଲାରେ କଂଗ୍ରେସ ଟିକେଟ ବଂଟନକୁ ନେଇ ଦେଖାଦେଇଛି ବିବାଦ । ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରଥମେ ସ୍ମୃତିରେଖା ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି କଂଗ୍ରେସ ନେତା କିଶାନ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତ ୬ ତାରିଖ ଦିନ ସ୍ମୃତିରେଖା ନିଜର ନାମାଙ୍କନ ଦାଖଲ କରିବା ପରେ ଧର୍ମଶାଳା କଂଗ୍ରେସରେ ଦେଖାଦେଇଥିଲା ବିଦ୍ରୋହ । ଏହାକୁ ଦୃଷ୍ଟିରେ ରଖି ୭ ତାରିଖ ଦିନ ପୁଣି ସ୍ମୃତିରେଖାଙ୍କ ପରିବର୍ତ୍ତେ କିଶାନ ପଣ୍ଡାଙ୍କ ନାଁ ଘୋଷଣା କରିଥିଲା ପିସିସି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ କିଶାନ ନିଜର ନାମାଙ୍କନ ପତ୍ର ବିନା କୌଣସି ଟିକେଟରେ ଦାଖଲ କରିଛନ୍ତି । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଯାଂଚ ହେବ । ତେବେ ଦଳୀୟ ଟିକେଟ କାହାକୁ ମିଳିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।