୯ ବିଧାନସଭା ଏବଂ ଜଣେ ଲୋକସଭା କଂଗ୍ରେସର ପ୍ରାର୍ଥୀ ତାଲିକା ହେଲା ଘୋଷଣା

ଭୁବନେଶ୍ବର (କେନ୍ୟୁଜ୍) : କଂଗ୍ରେସ ଆଜି ଆଉ ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ। ସେହିପରି ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି, ଭୀମସାରର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ।

ଘସିପୁରାରୁ ପ୍ରାର୍ଥୀ ହୋଇଛନ୍ତି ନିରଞ୍ଜନ ପଟ୍ଟନାୟକ, କଟକ ଚୌଦ୍ୱାରରୁ ପ୍ରାର୍ଥୀ ହୋଇଛନ୍ତି ଜଗଦୀଶ ମହାନ୍ତି, କଟକ ସଦର ପାଇଁ ଅଭିଷେକ ମହାନନ୍ଦ, ଜୟଦେବରୁ ସୁକାନ୍ତ ତିଆଡି ଭୋଇ, ଭୁବନେଶ୍ୱର ମଧ୍ୟରୁ ରାଜୀବ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତରରୁ ଇତୀଶ ପ୍ରଧାନ, ବେଗୁନିଆରୁ ପ୍ରଦୀପ ସାହୁ ଓ ଚିଲିକାରୁ ପ୍ରଦୀପ ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି। ଗତକାଲି ରାତିରେ ବେଗୁନିଆ ଆସନ ଲାଗି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । କିନ୍ତୁ ସେ ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରିବାରୁ ତାଙ୍କ ସ୍ଥାନରେ ପ୍ରଦୀପ ସାହୁଙ୍କ ପ୍ରାର୍ଥୀ କରିଛି ଦଳ।
ଦେଖନ୍ତୁ ତାଲିକା :

congress