ଭେଲୋର ଲୋକସଭା ଆସନରେ ନିର୍ବାଚନ ବାତିଲ

ତାମିଲନାଡୁର ଭେଲୋର ଲୋକସଭା ଆସନରେ ନିର୍ବାଚନକୁ ବାତିଲ କରି ଦେଇଛନ୍ତି ନିର୍ବାଚନ କମିଶନ୍‌ । ଜଣେ ଡିଏମ୍‌କେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ ବିପୁଳ ପରିମାଣରେ ନଗଦ ଟଙ୍କା ମିଳିବା ପରେ ନିର୍ବାଚନ କମିଶନ୍‌ ଏଭଳି ପଦକ୍ଷେପ ନେଇଛନ୍ତି ।
ଆୟକର ବିଭାଗ ଗତ ମାର୍ଚ୍ଚ ୩୦ ତାରିଖରେ ଚଢ଼ାଉ କରି ଟଙ୍କା ଜବତ କରିଥିଲା । ଏପ୍ରିଲ ୧୦ ତାରିଖରେ ତାର ରିପୋର୍ଟ ଉପରେ ନିର୍ବାଚନ କମିଶନ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ପ୍ରାର୍ଥୀ କାଥିର ଆନନ୍ଦଙ୍କ ସମେତ ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜୁ କରିଛି ।