ହାତୀ ଚିହ୍ନରେ ଟିପିଲେ ଭୋଟ ଯାଉଛି ପଦ୍ମକୁ ! ଏଭଳି ଅଭିଯୋଗ ଆଣିଲା ବସପା ?

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୧୯ ପାଇଁ ପାଶ୍ଚିମ ଉତ୍ତର ପ୍ରଦେଶର ୮ଟି ଲୋକସଭା ଆସନରେ ମତଦାନ ଚାଲୁଥିଲା । କିନ୍ତୁ ଏଠାରେ ଇଭିଏମରେ ତ୍ରୁଟି ଥିବାର ଅଭିଯୋଗ ଆଣି ବହୁଜନ ସମାଜ ବାଦୀ ପାର୍ଟି ବାବସପା । ଦଳ ନିର୍ବାଚନ କମିଶନ୍‌ଙ୍କ ଦ୍ୱାରସ୍ଥ ହେଇଛି ।
ବିଜନୈରର କୌଶଳି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ମତଦାନ ଚାଲୁଥିଲା । ହେଲେ ଭୋଟିଂ ସମୟରେ କିଛି ଲୋକ ଅଭିଯୋଗ ଆଣିଥିଲେ ଯେ ହାତୀ ଚିହ୍ନ ଥିବା ବଟନ ଚିପିଲେ ଇଭିଏମରେ ପଦ୍ମ ଫୁଲ ଚିହ୍ନ ଦର୍ଶାଉଛି । ଏହି ଖବର ପାଇବା ପରେ ସାରା ଅଞ୍ଚଳରେ ହଇଚଇ ଖେଳିଗଲା । ପରେ ପରେ ବସପା ଦଳର କିଛି ନେତା ଏହି ଘଟଣାକୁ ନେଇ ସେକ୍ଟର ମାଜିଷ୍ଟ୍ରେଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ତେବେ ବିଜନୈର ସେକ୍ଟର ମାଜିଷ୍ଟ୍ରେଟ ରାକେଶ କୁମାର କହିଛନ୍ତି ଏହିଭଳି କିଛି ଘଟଣା ସମ୍ନାକୁ ଆସିନାହିଁ । ନିର୍ବାଚନ ପ୍ରକ୍ରିୟା ବହୁତ ଶାନ୍ତି ଶୃଙ୍ଖଳାରେ ହୋଇଛି । ମକ୍‌ ପୋଲିଙ୍ଗ ବେଳେ ଇଭିଏମରେ କିଛି ତ୍ରୁଟି ହୋଇଥିଲା ଯାହକୁ ପରେ ବଦଳାଇ ଦିଆଯାଇଥିଲା ।

ନିର୍ବାଚନ କମିଶନ୍‌ଙ୍କୁ ଅଭିଯୋଗ

ଏହି ଘଟଣା ପରେ ବସପା ତରଫରୁ ଅଭିଯୋଗ ଆଣି ନିର୍ବାଚନ କମିଶନ୍‌ଙ୍କୁ ପତ୍ର ଲେଖା ଯାଇଛି । ଯେଉଁଥିରେ କୁହାଯାଇଛି ଆମକୁ ବିଭିନ୍ନ ମତଦାନ କେନ୍ଦ୍ରରୁ ସୂଚନା ମିଳୁଛି ଯେ ବସପାର ଭୋଟରଙ୍କୁ ବିଶେଷ ରୂପରେ ଦଳିତମାନଙ୍କୁ ୟୁପି ପୋଲିସ ଦ୍ୱାରା ବଳ ପ୍ରୟୋଗ କରି ମତଦାନ କେନ୍ଦ୍ରକୁ ଯିବାରୁ ରୋକା ଯାଉଛି । ତେଣୁ ନିର୍ବାଚନ ଅୟୋଗ ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ।
ସେହିଭଳି ଶାମଲି ଥାନାଭବନ କସବେର ଲାଲାଲାଜପତ ରାୟ କନ୍ୟା ଇଣ୍ଟର କଲେଜ ବୁଥ ନଂ୧୮୩ରେ ମହେଶ ଗୋଏଲ ନାମକ ଜଣେ ବ୍ୟକ୍ତି ପଦ୍ମଫୁଲ ଚିହ୍ନରେ ଭୋଟ ଦେଲେ । ହେଲେ ଭିଭିପ୍ୟାଟରେ ପଦ୍ମ ବଦଳରେ କପ୍‌ ପ୍ଲେଟର ଚିହ୍ନ ଦେଖା ଯାଇଥିଲା । ଏହା ପରେ ସେହି ଅଞ୍ଚଳର ନାଦିମ ମଧ୍ୟ ଇଭିଏମ ମେସିନରେ ସଇକେଲ ଚିହ୍ନରେ ଭୋଟ ଦେବା ବେଳେ ଭିଭିପ୍ୟାଟରେ କପ୍‌ ପ୍ଲେଟ ଚିହ୍ନ ଦେଖାଇଥିଲା ।

ହଙ୍ଗାମା ପରେ ବଦଳା ଗଲା ଇଭିଏମ

ଇଭିଏମରେ ଏଭଳି ତ୍ରୁଟି ଦେଖି ଲୋକମାନେ ହଙ୍ଗମା କରିଥିଲେ । ଫଳରେ ପୋଲିଂ କର୍ମଚାରୀମାନେ କିଛି ସମୟ ପାଇଁ ସେହି ବୁଥରେ ଭୋଟଦାନ କାର୍ଯ୍ୟକ୍ରମକୁ ସ୍ଥଗିତ କରିଥିଲେ । ସେହି ସମୟରେ ଜୋନାଲ ମାଜିଷ୍ଟ୍ରେଟ ସତ୍ୟପ୍ରକାଶ ଓ ସେକ୍ଟର ମାଜିଷ୍ଟ୍ରେଟ ଜିତେନ୍ଦ୍ର କୁମାର ପହଞ୍ଚି ଇଭିଏମ ମେସିନର ଯାଞ୍ଚ କରିଥିଲେ । ଏହା ପରେ ମେସିନକୁ ବଦଳା ଯାଇଥିଲା । ଏଭଳି ଅସୁବିଧା କାରଣରୁ ଏହି ବୁଥରେ ମତଦାନ ପ୍ରକ୍ରିୟା ୨୫ ମିନିଟ ବିଳମ୍ବ ହୋଇଥିଲା ।