ଆସନ୍ତା ୨୯ତାରିଖରେ ଯାଜପୁରରେ ହେବ ନିର୍ବାଚନ , ଜିଲ୍ଲାର ସାତଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ହେବ ମତଦାନ

ଯାଜପୁର/ଯାଜପୁର ଟାଉନ୍(କେନ୍ୟୁଜ୍) : ଆସନ୍ତା ୨୯ତାରିଖରେ ଯାଜପୁର ଜିଲ୍ଲାରେ ହେବ ନିର୍ବାଚନ। ଜିଲ୍ଲାର ସାତଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ହେବ ମତଦାନ। ଏଥିପାଇଁ ଏପ୍ରିଲ ୨ତାରିଖରୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ରହିଛି ଶେଷ ଦିନ। ୧୦ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୨ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ରହିଛି। ତିନି ପ୍ରମୁଖ ଦଳର ନେତା ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଭୋଟରଙ୍କୁ ମନେଇବା ପାଇଁ ଦିନରାତି ଏକ କରି ପ୍ରଚାରରେ ମାତିଛନ୍ତି। ୨୦୧୪ ନିର୍ବାର୍ଚନରେ ସମସ୍ତ ଆସନ କବଜା କରିଥିଲା ବିଜେଡି। ୨୦୧୯ରେ ମଧ୍ୟ ବିଜୟ ଧାରାକୁ ଦୋହରେଇବାକୁ ଲକ୍ଷ୍ୟ ରଖିଛି ଦଳ। ସେପଟେ ନିଜର ସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଦୁଇ ପ୍ରମୁଖ ଦଳ। ସରଗରମ ହେବାରେ ଲାଗିଛି ଯାଜପୁର ରାଜନୈତିକ ପାଣିପାଗ ।

mishrana parbaଅନ୍ଯପଟେ ଜିଲ୍ଲାର ବଡ଼ଚଣାରେ ବିଜେଡିର ମିଶ୍ରଣ ପର୍ବ । ବିଭିନ୍ନ ପଞ୍ଚାୟତରୁ ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ଯୋଗ ଦେଇଥିଲେ । ବିଜେପି ତାର ନୀତି ଆଦର୍ଶକୁ ଭୁଲିଥିବା ବେଳେ ସେଥିରେ ଅଣନିଶ୍ୱାସୀ ହୋଇ ପ୍ରମୁଖ କାର‌୍ୟ୍ୟକର୍ତ୍ତାମାନେ ଦଳ ଛାଡିଥିବା ସେ କହିଛନ୍ତି ।