ଜୟପୁର ନିର୍ବାଚନଣ୍ଡଳୀର କିଛି ସ୍ଥାନରେ ରାତି ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ

ଜୟପୁର(କେନ୍ୟୁଜ୍) : ଜୟପୁର ନିର୍ବାଚନଣ୍ଡଳୀର କିଛି ସ୍ଥାନରେ ରାତି ୧୨ ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ଜୟପୁର, ବୋରିଗୁମ୍ମା ଓ ବିଶିପୁରରୁ ୪ଟି ବୁଥ୍‌ରେ ମତଦାନ ଚାଲିଥିଲା। ନିୟମ ଅନୁଯାୟୀ ନିର୍ଦ୍ଦାରିତ ସମୟ ଭିତରେ ଯେଉଁ ମାନେ ଧାଡ଼ିରେ ଠିଆ ହୋଇଥିବେ ସେମାନଙ୍କୁ ଭୋଟ ଦେବା ସୁଯୋଗ ଦିଆଯିବ। ବହୁ ସଂଖ୍ୟାରେ ଭୋଟର ଧାଡିରେ ଠିଆ ହୋଇ ରହିଥିବାରୁ ମତଦାନ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଚାଲିଥିଲା।