କେନ୍ଦୁଝର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ, ଜାଣନ୍ତୁ କିଏ

କେନ୍ଦୁଝର (କେ ନ୍ୟୁଜ୍) : କେନ୍ଦୁଝର ସାଂସଦ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁଙ୍କୁ ମାତ୍ର ୨୬ ବର୍ଷ ବୟସ । ସେ ହେଉଛନ୍ତି କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନ୍ଙ୍କ ନାତୁଣୀ । ଚନ୍ଦ୍ରାଣୀ ୨୦୧୭ରେ ବି-ଟେକ୍ ପାସ୍ କରିଛନ୍ତି । ସାନ୍ତାଳୀ ସମ୍ପ୍ରଦାୟର ଚନ୍ଦ୍ରାଣୀ ପିଲା ବେଳୁ ରାଜନୀତି ପ୍ରତି ଆକର୍ଷିତ ଥିଲେ । ବିଶେେ କରି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଓ ମୟୁରଭଞ୍ଜ ଅଞ୍ଚଳରେ ମହିଳା ସଶକ୍ତିକରଣ ଦିଗରେ ସେ କାମ କରିବେ ବୋଲି କହିଛନ୍ତି ।
୨୦୧୪ ନିର୍ବାଚନରେ କେନ୍ଦୁଝରରେ ଶକୁନ୍ତଳା ଲାଗୁରୀ ବିଜେଡି ଟିକେଟ୍ରୁ ଜିତି ଲୋକସଭାକୁ ଯାଇଥିଲେ । ଏଥର ମଧ୍ୟ ଜଣେ ମହିଳାଙ୍କୁ ଏଠାରେ ପ୍ରାର୍ଥୀ କରାଯାଇଛି । ହେଲେ ଜଣେ ପୂରା ନୂଆ ମୁହଁ ହେଉଛନ୍ତି ଚନ୍ଦ୍ରାଣୀ ମୁର୍ମୁ ।