କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରି ଅସନ୍ତୁଷ୍ଟ କି ?

ଭୁବନେଶ୍ୱର (କେ ନ୍ୟୁଜ୍): କେନ୍ଦୁଝର ଲୋକସଭା ଆସନର ବିଜେଡି ସାଂସଦ ଶକୁନ୍ତଳା ଲାଗୁରି କୁଆଡ଼େ ଅସନ୍ତୁଷ୍ଟ । ତେଣୁ ସେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି । ତାଙ୍କୁ ନିଜ ମନର କଥା କହିବେ । ଆମକୁ ମିଳିଥିବା ସୂଚନା ଅନୁସାରେ ତାଙ୍କୁ ଟିକେଟ୍ ମିଳିବା ନମିଳିବା ନେଇ କଳ୍ପନା ଜଳ୍ପନା ଚାଲିଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି । ଯଦିଓ ସେ ସ୍ପଷ୍ଟ କରି ନାହାନ୍ତି ତେବେ ଟିକେଟ୍ ନମିଳିଲେ ଦଳ ଛାଡ଼ିବେ ବୋଲି ସଂକେତ ଦେଇଛନ୍ତି । ଅବଶ୍ୟ ଦଳର ସଭାପତିଙ୍କୁ ଭେଟିବା ପରେ ଯାହା କିଛି ନିଷ୍ପତ୍ତି ନେବେ ବୋଲି ସେ କେନ୍ୟୁଜ୍କୁ କହିଛନ୍ତି । ଶକୁନ୍ତଳା ଗତ ୨୦୧୪ ନିର୍ବାଚନରେ ବିଜେଡି ଟିକେଟ୍ରେ କେନ୍ଦୁଝର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।