ସୁନ୍ଦରଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭବାନୀଭବନ ପଡ଼ିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି। ସୁନ୍ଦରଗଡ଼ ପରେ ସୋନପୁର ଯିବେ ପ୍ରଧାନମନ୍ତ୍ରୀ । ସୁନ୍ଦରଗଡ଼ କାର୍ଯ୍ୟକ୍ରମ ପରେ ମୋଦି ସୋନପୁର ଆସିବେ। ସେଠାକାର ରାମେଶ୍ୱର ଷ୍ଟାଡିୟମ୍ରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ସେ ଉଦ୍ବୋଧନ ଦେବେ । ୨୮ ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀ ସୋନପୁର ଗସ୍ତରେ ଆସୁଛନ୍ତି । ଏଥିପାଇଁ ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇଛି ।