ମା’ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ : ନବୀନ ପଟ୍ଟନାୟକ

ଜୟପାଟଣା(କେନ୍ୟୁଜ୍) : ମା’ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ । ବିଜେଡି ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ ଦେଇଛୁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କ ପାଇଁ ଚିକିତ୍ସା ରାଶିକୁ ୭ ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଝିଅମାନେ ମାଗଣାରେ ପାଠ ପଢ଼ିବେ। ଗରିବ ଝିଅଙ୍କ ବାହାଘର ପାଇଁ ଦିଆଯିବ ୨୫ ହଜାର ଟଙ୍କା ସହାୟତା। କଳାହାଣ୍ଡି ଜିଲ୍ଲା ଜୟପାଟଣା ନିର୍ବାଚନ ସଭାରେ ଉଦବୋଧନ ଦେଇ ଏକଥା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାସହ ନବୀନ କହିଛନ୍ତି, ବିଜେଡି ସରକାରକୁ ଆସିଲେ ଏସ୍ଏଚ୍ଜିଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯିବ । ମିଶନ ଶକ୍ତି ମହିଳାଙ୍କୁ ବାର୍ଷିକ ୫ହଜାର କୋଟି ଟଙ୍କାର କାମ ମିଳିବ ବୋଲି ଉଦବୋଧନରେ କହିଛନ୍ତି ନବୀନ । ଜୟପାଟଣା ସଭାରୁ ନବୀନ ପ୍ରଶ୍ନ କରିଛନ୍ତି, କେବିକେ ଯୋଜନା କାହିଁକି ବନ୍ଦ ହେଲା ? ଚାଷୀଙ୍କୁ ଦୁଇ ଗୁଣା ଏମ୍ଏସ୍ପି କୁଆଡେ ଗଲା ? SC/ST ପିଲାଙ୍କ ବୃତ୍ତି କାହିଁକି ବନ୍ଦ ହେଲା ?