ଆସ୍କା ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ମାରାଥନ୍ ପ୍ରଚାର , କହିଲେ;ଚଳିତ ନିର୍ବାଚନରେ ଇତିହାସ ସୃଷ୍ଟି କରିବେ ଏସଏଚ୍ଜି ମାଆ

କେନ୍ୟୁଜ୍: ନିର୍ବାଚନ ପ୍ରଚାର ପାଇଁ ଗଞ୍ଜାମ ଜିଲ୍ଲାରେ ବିଜେଡି ସୁପ୍ରିମୋ। ଦ୍ୱିତୀୟ ଦିନ ପାଇଁ ଆସିକା ନିର୍ବାଚନ ମଣ୍ଡଳୀରେ ମାରାଥନ୍ କ୍ୟାମ୍ପେନ କରୁଛନ୍ତି ନବୀନ ପଟ୍ଟନାୟକ। ପ୍ରଥମେ ସାନଖେମୁଣ୍ଡିରେ ଜନସଭାରେ ଯୋଗ ଦେଇଥିଲେ। ଏହାପରେ ସୋରଡ଼ାରେ ହାଇଟେକ୍ ପ୍ରଚାର କରିଥିଲେ ନବୀନ। ସ୍ୱତନ୍ତ୍ର ବସରେ ରୋଡ୍ ସୋରେ ଜନସମର୍ଥନ ଲୋଡ଼ିଛନ୍ତି। ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ମିଳୁଥିଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଓ ସମର୍ଥନ। ଏବେ ଆସିକାରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ। ଏହାପରେ ପୋଲସରା ଓ କନ୍ଧମାଳ ସଂସଦୀୟ କ୍ଷେତ୍ରର ଦଶପଲ୍ଲାରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।