ନବୀନ ବନାମ କିଏ ? ବିଜେପି ଉପରେ ବିଜେଡି ସୁପ୍ରିମୋଙ୍କ ଶାଣିତ ଆକ୍ରମଣ

ଆଟାକିଂ ମୁଡ୍ରେ ବିଜେଡି ସୁପ୍ରିମୋ । ବିଜେପି ଉପରେ ଜୋରଦାର ହମ୍ଲା କରିଛନ୍ତି ନବୀନ । କିଏ ବିଜେପିର ମୁଖ୍ୟମନ୍ତ୍ରୀ ଫେସ୍? କେଉଁଠୁ ଲଢୁଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଦଶପଲ୍ଲାରୁ ବିଜେପି ଉପରେ ଏମିତି ଶାଣିତ ହମଲା କରିଛନ୍ତି ନବୀନ ପଟ୍ଟନାୟକ।
ବିଜେପିର ଓଡ଼ିଶା ଇଞ୍ଜିନ କିଏ? ବିଜେପିର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? କେଉଁଠୁ ସେ ଲଢୁଛନ୍ତି?

କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ସଭାରୁ ଏହି ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଟାକିଂ ନବୀନ ବିଜେପି ଓ କେନ୍ଦ୍ରକୁ ପ୍ରଶ୍ନବାଣ ଠୁଙ୍କିଛନ୍ତି। କହିଛନ୍ତି, ଦିଲ୍ଲୀ ଇଞ୍ଜିନ ଆସିଲା। କିନ୍ତୁ ଓଡ଼ିଶା ନୁହେଁ, ଆନ୍ଧ୍ରକୁ ଗଲା। ନିର୍ବାଚନ ହେଲେ ଦିଲ୍ଲୀ ଇଞ୍ଜିନ ଆସୁଛି। ତାପରେ ଆଉ ଦେଖା ମିଳିବ ନାହିଁ। ବିଜେପିର ଆଉ ଗୋଟିଏ ଇଞ୍ଜିନ କିଏ ଓ କେଉଁଠି ତାହା ଜାଣିବାକୁ ଚାହୁଁଛନ୍ତି ଓଡ଼ିଶାବାସୀ। ପ୍ରଶ୍ନ କରିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି?

ନିର୍ବାଚନ ପ୍ରଚାର ଭିତରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି, ବିଜେଡି ପାଖରେ କୌଣସି ପ୍ରସଙ୍ଗ ନାହିଁ। କେବଳ କେନ୍ଦ୍ର ଅବହେଳା ନାରା ଦେଉଛି। କାଉଣ୍ଟର ଆଟାକ୍ରେ ବିଜେଡି କହିଛି, ଧର୍ମେନ୍ଦ୍ର କାହିଁକି ପଳାୟନପନ୍ଥୀ? ରାଜ୍ୟରେ ପଞ୍ଚମ ଥର ବିଜେଡି ସରକାର ଗଢ଼ିବ। ନିର୍ବାଚନ ପ୍ରଚାର ଭିତରେ ବିଜେଡି-ବିଜେପି ବାକ୍ୟୁଦ୍ଧ ବି ତେଜିଛି।