ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବା ପରେ ଲାଞ୍ଜିଗଡ ଓ ନର୍ଲାରେ ନବୀନଙ୍କ ମାରାଥନ ପ୍ରଚାର

କେନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ପଶ୍ଚିମ ଓଡ଼ିଶା । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କୁ ଦର୍ଶନ କରିଥିଲେ। ମାଆଙ୍କ ଆଶୀର୍ବାଦ ଭିକ୍ଷା ପରେ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି ନବୀନ । ଜୟପାଟଣା, ଲାଞ୍ଜିଗଡ ଓ ନର୍ଲାରେ ହାଇଟେକ୍‌ ରୋଡ ସୋ ଓ କ୍ୟାମ୍ପେନ କରିବେ ବିଜେଡି ସୁପ୍ରିମୋ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ । ଲାଞ୍ଜିଗଡ଼ରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ନବୀନ। ଲାଞ୍ଜିଗଡ଼ ପରେ ନର୍ଲା ଜନସଭାରେ ଉଦବୋଧନ ଦେବେ। ଗତକାଲି ରାତିରେ ଭବାନୀପାଟଣା ସର୍କିଟ ହାଉସରେ ରାତ୍ରି ଯାପନ କରିଥିଲେ ମୁଖ୍ୟମନ୍ତ୍ରୀ । ସୋମବାର ନୂଆପଡ଼ା ଜିଲ୍ଲା କୋମନାରେ ପ୍ରଥମେ ନିର୍ବାଚନ ସଭାରେ ଯୋଗ ଦେଇଥିଲେ । ଏହାପରେ ଖରିଆର୍‌ ଯାଇଥିଲେ । ବିଶାଳ ରୋଡ ସୋ କରିଥିଲେ ନବୀନ ।