ସିଦ୍ଧୁଙ୍କୁ ଲାଗିଛି ସଦମା , ୨୦ ଦିନ ହେବ କାହା ସହିତ କଥା ହେଉନାହାନ୍ତି କି କାହାକୁ ଦେଖା କରୁନାହାନ୍ତି

ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ କିଛି ଦିନ ହେବ ଖପ୍ପା ଥିବା ଜଣାପଡିଛି । ଖବର ମୁତାବକ ନବଜୋତ ସିଂ ସିଦ୍ଧୁ ପାଖାପାଖି ୨୦ ଦିନ ହେବ କାହା ସହିତ କଥା ହେଉନାହାନ୍ତି କି କାହା ସହିତ ଦେଖା ମଧ୍ୟ କରୁନାହାନ୍ତି । ତେବେ ତାଙ୍କର ଏହି ରାଗ ପଛର କାରଣ ତାଙ୍କ ପତ୍ନୀଙ୍କୁ ନେଇ । ଆଜ୍ଞା ହଁ ତାଙ୍କ ପତ୍ନୀଙ୍କୁ ମନପସନ୍ଦର ସିଟ୍ ପାଇଁ ଟିକେଟ ଦିଆଯାଇନଥିବାରୁ ସେ ଏପରି ବ୍ୟବହାର କରୁଛନ୍ତି । ନବଜୋତ ସିଂ ସିଦ୍ଧୁ ନିଜର ପତ୍ନୀ ନବଜୋତ୍ କୌର ସିଦ୍ଧୁଙ୍କୁ ପଞ୍ଜାବ ଚଣ୍ଡିଗଡ ସିଟ୍ ରୁ ନିର୍ବାଚନ ଲଢାଇବା ପାଇଁ ଚାହୁଁଥିଲେ । କିନ୍ତୁ ଦଳ ଚଣ୍ଡିଗଡ ପାଇଁ ବରିଷ୍ଠ କଂଗ୍ରେସ ନେତା ପବନ ବଂସଲଙ୍କୁ ଟିକେଟ ଦେବା ପାଇଁ ନିଷ୍ପତ୍ତି ନେଇଛି । ନବଜୋତ କୌର ସିଦ୍ଧୁ କେଉଁଠାରୁ ଲୋକସଭା ନିର୍ବାଚନ ଲଢିବେ ଏହି ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳ କୌଣସି ନିଷ୍ପତ୍ତି ନେଇନାହିଁ ।
wife-navjotଏମିତି ଶୁଣିବାକୁ ମିଳୁଥିଲା କି ତାଙ୍କୁ ପଞ୍ଜାବର ଅମ୍ରୁତସର ସିଟ୍ ରୁ ଟିକେଟ ମିଳିପାରେ । ଏହି ସିଟ୍ କୁ ବହୁତ ଗୁରୁତ୍ବ ବୋଲି ଧରାଯାଏ ଏବଂ ଗତ ଲୋକସଭା ନିର୍ବାଚନରେ ଏଠାରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଭାଜପାର ବରିଷ୍ଠ ନେତା ଏବଂ ବର୍ତ୍ତମାନର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲିଙ୍କୁ ପରାସ୍ତ କରିଥିଲେ । କୁହାଯାଏ କି ନବଜୋତ ସିଂହ ସିଦ୍ଧୁ ମଧ୍ୟ ଗତ ଲୋକସଭା ନିର୍ବାଚନରେ ଅମ୍ରୁତସର ସିଟରୁ ଟିକେଟ ନପାଇବା କାରଣରୁ ହିଁ ଭାଜପା ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ଏବେ ପୁଣି ଥରେ ନବଜୋତ ସିଂ ସିଦ୍ଧୁଙ୍କ ହାତରେ ନିରାଶା ଲାଗିଛି । କଂଗ୍ରେସ ଅମ୍ରୁତସର ସିଟ୍ ପାଇଁ ବିଧାୟକ ଗୁରଜିତ୍ ସିଂ ଔଜଲାଙ୍କୁ ଟିକେଟ ଦେଇସାରିଛି ।

NavjotSinghଆଉ ଏକ ସୂତ୍ର ମୁତାବକ, ନବଜୋତ ସିଂ ସିଦ୍ଧୁଙ୍କ ରାଗିବାର ଆଉ ଏକ କାରଣ ମଧ୍ୟ ରହିଥିବା ଶୁଣିବାକୁ ମିଳୁଛି । ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବର ମୋଂଗା ରେ ଏକ ରାଲି କରିଥିଲେ । ଯେଉଁ ରାଲିରେ ସେ ନବଜୋତ ସିଂ ସିଦ୍ଧୁଙ୍କୁ ଆମନ୍ତ୍ରୀତ କରିନଥିଲେ । ଏହା ଛଡା ନବଜୋତ ସିଂ ସିଦ୍ଧୁଙ୍କ ନାଁ ଛତିଶଗଡ ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟାର ପ୍ରଚାରକଙ୍କ ଲିଷ୍ଟରେ ମଧ୍ୟ ନାହିଁ , ଯେତେବେଳେ କି ତାଙ୍କର ଏବେ ବହୁତ ଡିମାଣ୍ଡ ରହିଛି । ଏହା ମଧ୍ୟ ଶୁଣିବାକୁ ମିଳୁଛି କି ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ ସିଦ୍ଧୁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । ସିଦ୍ଧୁ ଯେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ସମାରୋହରେ ସାମିଲ ହୋଇଥିଲେ ଏବଂ ପାକିସ୍ତାନ ଆର୍ମି ଚିଫ୍ ଙ୍କ ସହିତ ଆଲିଙ୍ଗନ କରିଥିଲେ ଉକ୍ତ ଘଟଣା ଉପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆପତ୍ତି ଉଠାଇଥିଲେ ।