ଗଡ଼କରୀ ପୁଣି କହିଲେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ଓ ସେନାର ବଳିଦାନ ଉପରେ ସନ୍ଦେହ କରିବା ଉଚିତ ନୁହେଁ

ବାଲାକୋଟ ଏୟାର ଷ୍ଟ୍ରାଇକରେ ରାଜନୀତି ନହେଉ :ନିତିନ ଗଡକରୀ

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକର କେହି ଶ୍ରେୟ ନେଇ ସାଧାରଣ ନିର୍ବାଚନ ଲଢିବା କଥା ନୁହେଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ । ବାୟୁସେନାର ପରାକ୍ରମକୁ ସାଧାରଣ ନିର୍ବାଚନରେ ଯୋଡି କେହି ରାଜନୈତିକ ଫଇଦା ଉଠାଇ ଏହାକୁ ପ୍ରସଙ୍ଗ କରିବା ଠିକ୍‌ ହେଉ ନୁହେଁ । ତେଣୁ ବିରୋଧୀ ଦଳମାନେ ମଧ୍ୟ ଏକଥା ଉଠାଇ ରାଜନୀତି ନକରନ୍ତୁ ବୋଲି ଅନୁରୋଧ କରିଛନ୍ତି ଗଡକରୀ ।
ଦେଶର ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାକୁ ରାଜନୈତିକ ପ୍ରସଙ୍ଗ କରାଯିବା କଥା ନୁହେଁ । ଭାରତରେ ଯଦି କାହାକୁ ଆମ ସେନାର ବଳିଦାନ ନେଇ ସନ୍ଦେହ ଆସୁଛି ଆଉ ପାକିସ୍ତାନର କଥା ଭାରତରେ କହୁଛି ତେବେ ଏହା ଦେଶ ପାଇଁ ଅହିତକର । ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ସମସ୍ତେ ଏକସ୍ୱର ହେବା ଉଚିତ ବୋଲି ଗଡ଼କରୀ କହିଛନ୍ତି ।