ବ୍ରହ୍ମପୁରରେ ଆଗୁଆ ଭୋଟ ଦେଲେ ପୋଲିସ କର୍ମଚାରୀ

ବ୍ରହ୍ମପୁର(କେନ୍ୟୁଜ୍) : ଭୋଟ ଦେବା ହେଉଛି ସମସ୍ତଙ୍କର ସାମ୍ବିଧାନିକ ଅଧିକାର । ତେଣୁ ସମସ୍ତେ ଭୋଟ ଦେବା ଉଚିତ୍‌ । କିନ୍ତୁ ନିଜର କାର୍ଯ୍ୟରେ ବ୍ୟସ୍ତତା ଥିବା ଯୋଗୁଁ ନିର୍ବାଚନରେ ଭୋଟ ଦେଇପାରିନଥାନ୍ତି ପୋଲିସ ଅଫିସର ଓ କର୍ମଚାରୀ ମାନେ । ଯାହାଫଳରେ ଭୋଟର ହାର ହ୍ରାସ ହୋଇଥାଏ । ତେଣୁ ଚଳିତ ନିର୍ବାଚନରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀ ମାନେ କିଭଳି ଭାବେ ନିଜର ବହୁମୂଲ୍ୟ ଭୋଟ ଦେବେ ସେ ନେଇ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ । ଚଳିତ ସାଧାରଣ ନିର୍ବାଚନ ନିମନ୍ତେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ସମସ୍ତ ପୋଲିସ ଅଫିସର ଓ କର୍ମଚାରୀ ମାନଙ୍କ ନିମନ୍ତେ ଭୋଟ ଦେବା ନେଇ ଆଜି ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଥିଲା । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାର ସମସ୍ତ ପୋଲିସ ଅଫିସର ଓ କର୍ମଚାରୀ ମାନେ ପୋଷ୍ଟାଲ୍‌ ଭୋଟ ଦେବା ସହିତ ନିର୍ବାଚନ କମିଶନର ଏଭଳି ପଦକ୍ଷେପକୁ ସେମାନେ ସ୍ୱାଗତ କରିଛନ୍ତି ।

policeଭୋଟ ଦେବା ଏବଂ ନିଜର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମନୋନୟନ କରିବା । ଏଭଳି ଆଶା ରହିଥାଏ ସମସ୍ତଙ୍କର । କିନ୍ତୁ ଏଭଳି ଆଶା ରହିଥିଲେ ମଧ୍ୟ ଭୋଟ ଦେବାରୁ ବଞ୍ଚିତ ହେଉଥିଲେ ନିର୍ବାଚନକୁ କିଭଳି ଭାବେ ଶାନ୍ତିଶୃଙ୍ଖଳାରେ ଶେଷ କରିବା ନିମନ୍ତେ କାର୍ଯ୍ୟରତ ଥିବା ସମସ୍ତ ପୋଲିସ ଅଫିସର ଓ କର୍ମଚାରୀ ମାନେ । କିନ୍ତୁ ଚଳିତ ନିର୍ବାଚନରେ କିଭଳି ଭାବେ ସମସ୍ତେ ଭୋଟ ଦେଇପାରିବେ ସେ ନେଇ ନିର୍ବାଚନ କମିଶନ ନୂତନ ପଦକ୍ଷେପ ନେଇଛନ୍ତି । ତାହା ହେଲା ସମସ୍ତ ପୋଲିସ ଅଫିସର ଓ କର୍ମଚାରୀ ମାନେ ନିର୍ବାଚନ ପୂର୍ବରୁ ନିଜର ମତଦାନ କରିପାରିବେ ।

policeସେହିକ୍ରମରେ ଆଜି ଗଞ୍ଜାମ ପୋଲିସ ଜିଲ୍ଲା ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତେ ବ୍ରହ୍ମପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ମତଦାନ କରିଛନ୍ତି । ବ୍ରହ୍ମପୁର ଓ ଆସିକା ଲୋକସଭା ଏବଂ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୋଲିସ ଅଫିସର ଓ କର୍ମଚାରୀ ମାନେ ନିଜର ମତଦାନ କରିଛନ୍ତି । ପ୍ରଥମେ ବ୍ୟାଲେଟ୍‌ ଯୋଗ ନିଜର ମତଦାନ କରିବା ପରେ ଏହାକୁ ପୋଷ୍ଟାଲ୍‌ରେ ଭର୍ତ୍ତି କରି ଭୋଟ ବାକ୍ସରେ ପକାଇଛନ୍ତି ପୋଲିସ କର୍ମଚାରୀ ମାନେ । ଏହି ପୋଲିସ ଅଫିସର ଓ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହିତ ନିଜର ମତଦାନ କରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

police voteସାଧାରଣ ନିର୍ବାଚନ ସମୟରେ କିଭଳି ଭାବେ ଶାନ୍ତି ଶୃଙ୍ଖଳା ରହିବ ତାହା ପୋଲିସ ମାନଙ୍କ ପାଇଁ ଥାଏ ବହୁତ ବଡ଼ ଚ୍ୟାଲେଞ୍ଜ । ତେଣୁ ସେମାନେ ଶାନ୍ତିଶୃଙ୍ଖଳାକୁ ଗୁରୁତ୍ୱ ଦେଇ ନିଜର ମତଦାନ କରିପାରୁନଥିଲେ । କିନ୍ତୁ ଚଳିତ ନିର୍ବାଚନରେ ନିର୍ବାଚନ କମିଶନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ନେଇ ସେମାନଙ୍କ ମଧ୍ୟରେ ବେଶ୍‌ ଖୁସର ଲହରୀ ଖେଳିଯାଇଛି । କାରଣ ଦୀର୍ଘ ବର୍ଷ ଧରି ଏଭଳି ପୋଲିସ କାର୍ଯ୍ୟ କରି ଲୋକଙ୍କୁ ସୁରକ୍ଷିତ ରଖୁଥିଲେ କିନ୍ତୁ ମତଦାନ ଦେଉନଥିଲେ ।

police1ତେବେ ଆଜି ସମସ୍ତ କାର୍ଯ୍ୟରତ ପୋଲିସ ଅଫିସର ଓ କର୍ମଚାରୀ ମାନେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ମତଦାନ କରିଛନ୍ତି । ନିଜର ନିର୍ବାଚନ ମଣ୍ଡଳୀରେ ଏକ ଉତ୍ତମ ପ୍ରାର୍ଥୀ ଚୟନ କରିବାର ସୁଯୋଗ ପାଇଥିବା ଯୋଗୁଁ ସେମାନେ ନିର୍ବାଚନ କମିଶନକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଆସନ୍ତା ମେ ମାସ ୨୩ ତାରିଖରେ ପୋଲିସ ଅଫିସର ଓ କର୍ମଚାରୀ ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପୋଷ୍ଟାଲ୍‌ ଭୋଟକୁ ଗଣତି କରାଯିବ ।