ପୁରୀ ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିବା ୨ ହଜାର ନେତା ଓ କର୍ମୀ

ପୁରୀ(କେନ୍ୟୁଜ୍) : ପୁରୀ ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିବା ୨ ହଜାର ନେତା ଓ କର୍ମୀ । ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ଓ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଥିଲେ । ଜିଲ୍ଳା କଂଗ୍ରେସ କମିଟି କାର୍ୟ୍ୟକାରୀ ସଭାପତି ପୀତବାସ ନାୟକ, କିଷାନ କଂଗ୍ରେସର ସଭାପତି ପ୍ରଦୀପ୍ତ କୁମାର ସାମନ୍ତରାୟ, ପୂର୍ବତନ ଯୁବ କଂଗ୍ରେସ ସଭାପତି ନିରଞ୍ଜନ ନାୟକ ପ୍ରମୁଖ ପ୍ରାୟ ୨ ହଜାର କର୍ମୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି ।