ଆମେଥିରୁ ନାମାଙ୍କନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସାଙ୍ଗରେ ରହିଥିଲେ ପରିବାର ସଦସ୍ୟ

କେରଳର ଓ୍ଵାଇନାଡ ପରେ ଉତ୍ତରପ୍ରଦେଶ ଆମେଥି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କଂଗ୍ରେସ ନେତା ଓ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ରାହୁଲ ନାମାଙ୍କନ ଦାଖଲ କରିଛନ୍ତି। ଏତିକିବେଳେ ତାଙ୍କ ସହ ଉପସ୍ଥିତ ଥିଲେ ମାଆ ସୋନିଆ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଭିଣୋଇ ରବର୍ଟ ଭଦ୍ରା। ଆମେଥି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ରାହୁଲ ନାମାଙ୍କନ ଦାଖଲ କରିଥିଲେ। ଏଥର ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି ରାହୁଲ । ଆମେଥି ସହ କେରଳର ଓ୍ଵାଇନାଡରୁ ବି ପ୍ରତିଦ୍ୱନ୍ଦିତା କରୁଛନ୍ତି ରାହୁଲ। ଆମେଥିରେ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ସ୍ମୃତି ଇରାନୀ। ୨୦୦୪ ମସିହାରୁ ଆମେଥିରୁ ଲଗାତାର ସାଂସଦ ରହି ଆସିଛନ୍ତି ରାହୁଲ। ଆସନ୍ତା ଏପ୍ରିଲ ୨୩ ତାରିଖରେ ଓ୍ଵାଇନାଡରେ ନିର୍ବାଚନ ହେବ।