କେରଳର ଓ୍ଵାଇନାଡରୁ ନାମାଙ୍କନ ଦାଖଲ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

କେରଳ: ରାହୁଲ ଗାନ୍ଧିଙ୍କ ମିଶନ ଦକ୍ଷିଣ ଭାରତ । କେରଳର ଓ୍ଵାଇନାଡରୁ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରାର୍ଥୀପତ୍ର ଦାଖଲ ପାଇଁ ୱାଇନାଡରେ ପହଞ୍ଚିଥିଲେ ରାହୁଲ। ଏହାପୂର୍ବରୁ ବିଶାଳ ରୋଡ ସୋ କରିଥିଲେ ରାହୁଲ। ପାଖାପାଖି ୨ କିଲୋମିଟର ରୋଡ୍‌ ସୋ’ କରିବା ପରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାହୁଲ ଗାନ୍ଧି ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି । ଉତ୍ତରପ୍ରଦେଶର ଆମେଥି ସହ କେରଳର ଓ୍ଵାଇନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଆସନ୍ତା ଏପ୍ରିଲ ୨୩ ତାରିଖରେ ଓ୍ଵାଇନାଡରେ ନିର୍ବାଚନ ହେବ ।