ଆଜି ଆସିକା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

କେନ୍ୟୁଜ୍ : ଆଜି ଆସିକା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ରୋଡ୍ ସୋ’ ଓ ସାଧାରଣ ସଭା କରିବେ ମୁଖ୍ୟମନ୍ତ୍ରୀ । ଦିନ ୧୦ଟା ପରଠୁ ନବୀନଙ୍କ ପ୍ରଚାର ଆରମ୍ଭ ହେବ । ସାନଖେମୁଣ୍ଡି ମୋହନାଲାରୁ ଆରମ୍ଭ କରିବେ ରୋଡ୍ ସୋ’ । ବିଭନ୍ନ ସ୍ଥାନରେ ରୋଡ୍ ସୋ’ ସହ ସାଧାରଣ ସଭା କରିବେ । ପାଟପୁର, କଙ୍କରୋଡା, ସେରଗଡ଼, ବନ୍ଧଗୁଡ଼ା, କଞ୍ଚୁରୁ, ଡି. ପାଟପୁର ଛକ, ରାଳବ, ହିଞ୍ଜିଲିକାଟୁ ଓ ପିତଲ ଛକରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଛି ।