ରାସ୍ତା ନଥିବାରୁ ଭୋଟ ବର୍ଜନ କଲେ କଳାହାଣ୍ଡି ନର୍ଲା ନିର୍ବାଚନମଣ୍ଡଳୀର ଟେଟେଙ୍ଗପଦର ଗ୍ରାମବାସୀ

କଳାହାଣ୍ଡି(କେନ୍ୟୁଜ୍) : ରାସ୍ତା ନଥିବାରୁ ଭୋଟ ବର୍ଜନ । କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନମଣ୍ଡଳୀର ଟେଟେଙ୍ଗପଦର ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଅଭିଯୋଗ ହୋଇଛି, ଗାଁକୁ ବର୍ଷ ବର୍ଷ ହେବ ରାସ୍ତା ନଥିବାରୁ ଯାଆସରେ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାସହ ୨ କିଲୋମିଟର ଦୂରରେ ଭୋଟଦାନ କେନ୍ଦ୍ର ହୋଇଥିଲା । ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଯିବା ଆସିବାରେ ଅସୁବିଧା ହୋଇଥିବାରୁ ଭୋଟ ବର୍ଜନ କରିଥିବା ଲୋକ କହିଛନ୍ତି ।