କହିଁକି ବିଜେପିର ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଲେ ନାହିଁ ଆଡ଼ଭାନୀ ! ଜାଣନ୍ତୁ ପୂରା ସତ

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜେପିର ସଂକଲ୍ପ ପତ୍ର ବା ନିର୍ବାଚନୀ ଇସ୍ତାହାର । ଯେଉଁଥିରେ ଲୋକଙ୍କ ବିଶ୍ବାସ ଜିଣି କ୍ଷମତାକୁ ଆସିବା ଲାଗି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସ୍ଥାନ ଦିଆଯାଇଛି । ହେଲେ ଏହି ସଂକଳ୍ପ ପତ୍ରର କଭର ପୃଷ୍ଠାରେ ଦେଖାଦେଇଛି ଏକ ବ୍ୟତିକ୍ରମ । ଆଉ ସେହିଟି ହେଉଛି ବିଜେପିର ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କ ଛବିକୁ ଏହି ବହିଟିରେ ସ୍ଥାନ ଦିଆଯାଇନାହିଁ । ଆଉ ଏମିତିରେ ସଂକଲ୍ପ ପତ୍ର ପ୍ରକାଶ ପାଇବା ଦିନ ଆଡ଼ଭାନୀଙ୍କୁ ସଭାରେ ଦେଖିବାକୁ ମିଳିନଥିଲା । ଯେଉଁଥି ପାଇଁ କିଛି ରାଜନୈତିକ ବିଶେଷଜ୍ଞମାନଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇଛି ।
କାହିଁକି ବହିର କଭର ପୃଷ୍ଠାରେ ରହିଲେନି ଆଉଭାନୀ
ବିଶେଷ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋକସ କରି ଏହି ଇସ୍ତାହାର ପତ୍ର ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟ ପୃଷ୍ଠାରେ ମୋଦିଙ୍କ ଫଟୋ ରଖାଯାଇଛି । ବହିଟିର ପଛ ପାଖରେ ଶ୍ୟାମା ପ୍ରସଦା ମୁଖାର୍ଜୀ, ଦୀନଦୟାଲ ଉପାଧ୍ୟାୟ ଓ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ସ୍ଥାନ ପାଇଛି । ଏମାନଙ୍କ ଫଟୋ ସ୍ଥାନ ପାଇବା ପଛରେ ଏକ ବିଶେଷ କାରଣ ସାମ୍ନାକୁ ଆସିଛି । ଆଉ ତାହା ହେଉଛି ଏହି ତିନିଜଣଙ୍କ ନାମରେ ଜଡିତ ଥିବା ତିନିଟି ଉକ୍ତି ବହିଟିରେ ଲେଖାଯାଇଛି। ସେଗୁଡିକ ହେଉଛି-
ଶ୍ୟାମା ପ୍ରସଦା ମୁଖାର୍ଜୀଙ୍କର ‘ରାଷ୍ଟ୍ରବାଦ ଆମର ପ୍ରେରଣା’
ଦୀନଦୟାଲ ଉପାଧ୍ୟାୟଙ୍କର ‘ଅନ୍ତୋଦ୍ବୟ ଆମର ଦର୍ଶନ’
ଅଟଳ ବିହାରୀ ବାଜପେୟୀ ‘ସୁଶାସନ ଆମର ମନ୍ତ୍ର’
ଯେହେତୁ ଏହି ତିନି ଜଣ ରାଷ୍ଟ୍ରନାୟକ ସ୍ବଶରୀରରେ ନାହାନ୍ତି ତେଣୁ ଏମାନଙ୍କ ସାଙ୍ଗରେ ଆଡଭାନୀଙ୍କୁ ନରଖି, ତାଙ୍କୁ ମାର୍ଗଦର୍ଶକ ଭାବେ ବିବେଚନା କରି ପରାମର୍ଶ ନିଆଯାଉଥିବାର ଜଣା ପଡିଛି ।
ତେବେ ଏଥିରୁ ଆଡଭାନୀଙ୍କୁ ବାଦ୍ ଦିଆଯିବା ଘଟଣାକୁ ଅନେକ ମହଲରେ ସମାଲୋଚନା କରାଯାଇଛି ।